Pratidin TV

Odisha's Digital News Platform

ଓ୍ୱାଇନାଡରେ ଭୟଙ୍କର ଭୂସ୍ଖଳନ, ୧୯ ମୃତ; ମାଟି ତଳେ ଫସି ରହିଛନ୍ତି ଶତାଧିକ ଲୋକ

1 min read

ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ପଡଇଥିବା ଅନୁମାନ କରାଯାଉଛି,ଉଦ୍ଧାର କାର୍ଯ୍ୟଜାରି ରହିଛିି।

ଆଜି ଭୋରୁ ଦୁଇ ଦୁିଟି ଭୂସ୍ଖଳନ ଘଟିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା। ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଫସି ରହିଛନ୍ତି। ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଖବର ଆସିଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ଅଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ଗଲା MI 17 ଓ ALH ହେଲିକପ୍ଟର।

କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (KSDMA)ସୂଚନା ଅନୁଯାୟୀ, ଭୂସ୍ଖଳନ ନେଇ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୂସ୍ଖଳନରେ ଆହତ ୫୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଅଞ୍ଚଳର ସିଏମଓ ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ – ଜାତୀୟ ସ୍ବାସ୍ଥ୍ୟ ମିଶନ ଏକ ନିୟନ୍ତ୍ରଣ କକ୍ଷ ଖୋଲି ଜରୁରୀକାଳୀନ ସହାୟତା ପାଇଁ 9656938689 ଏବଂ 8086010833 ହେଲ୍ପଲାଇନ ନମ୍ବର ଜାରି କରିଛି। ଦୁଇଟି ହେଲିକପ୍ଟର MI-17 ଏବଂ ଗୋଟିଏ ALH ସକାଳ ୭ଟା ୩୦ରେ ସୁଲୁରରୁ ଛାଡିଛନ୍ତି। କେରଳର ଭିଥିରୀ, କାଲାପାଟ୍ଟା, ମେପ୍ପାଡି ଏବଂ ମନନ୍ତଭାଡି ଡାକ୍ତରଖାନା ସମେତ ସମସ୍ତ ଡାକ୍ତରଖାନା ପ୍ରସ୍ତୁତ ଅଛି। ସମସ୍ତ ସ୍ବାସ୍ଥ୍ୟ କର୍ମୀ ସେବା ପାଇଁ ରାତିରେ ପହଞ୍ଚିଥିଲେ। ୱାୟନାଡରେ ସ୍ବାସ୍ଥ୍ୟ କର୍ମୀଙ୍କ ଅଧିକ ଦଳ ନିୟୋଜିତ ହେବେ। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *