ଅଷ୍ଟ୍ରେଲିଆରେ ଦେଖା ଦେଲା ୩୦୦୦ ଦାନ୍ତ ବିଶିଷ୍ଟ ବିଶାଳ ହ୍ୱେଲ୍ ସାର୍କ…..
1 min readଜଗତରେ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥାଏ | ଅନେକ ଜିନିଷ ରହିଯାଇଥାଏ ରହସ୍ୟମୟ | ସେହିପରି ଭାବରେ ସମୁଦ୍ର ଓ ମହାସାଗରରେ ଲୁଚି ରହିଛି ରହସ୍ୟମୟ | ସମୁଦ୍ରରେ ଏପରି ବହୁ ସାମୁଦ୍ରିକ ଜୀବ ଅଛନ୍ତି ଯାହା ଏଯାଏଁ ଦୁନିଆରେ ଆଜି ମଧ୍ୟ ଅଜଣା ରହିଛି | ସେହିପରି ଭାବରେ ଅଷ୍ଟ୍ରେଲିଆ ଉପକୂଳରେ, ହଜାର ହଜାର ଦାନ୍ତ ଥିବା ଏକ ବିରାଟ ସମୁଦ୍ର ପ୍ରାଣୀ ଏକ ଡଙ୍ଗା ନିକଟକୁ ଯାଇ ଜାହାଜରେ ଥିବା ମସ୍ୟଜୀବିକୁ ଆଶ୍ଚର୍ଯ୍ୟ କରିଥିଲା | ଏକ ଭିଡିଓ “ବିରଳ” ପରିଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା |
ଅଷ୍ଟ୍ରେଲିଆନ ବ୍ରଡ଼କାଷ୍ଟିଙ୍ଗ କର୍ପୋରେସନକୁ ପ୍ରତିକ୍ରିୟା ଦେଇ ଥୋମାସ ଡି’ ଇମିଲିଓ କହିଛନ୍ତି ଯେ ସେ ଏବଂ ତାଙ୍କ ବନ୍ଧୁ ମାଛ ଧରିବା ପାଇଁ କଙ୍ଗାରୀ ଆଇଲ୍ୟାଣ୍ଡ ଯାଇଥିଲେ | ତେବେ ଏତିକି ବେଳେ ସମୁଦ୍ରରେ ସେ ଏକ ତୀବ୍ର ଅନୁଭବ କରିଥିଲେ | ପୁଣି ଗୋଟେ ରାଉଣ୍ଡପରେ ଆଉ ଟଠାରେ ମାଛ ଧରିବା ପାଇଁ ଗଲା ବେଳେଆଇଲ୍ୟାଣ୍ଡ ନିକଟରେ ଅନେକ ପକ୍ଷୀ ଉଡିଥିବାର ଦେଖିଥିଲେ | ସେଠାରେ ଅନ୍ୟ ମାଛ ଥାଇପାରେ ଭାବି ଗଲା ବେଳେ ସେ ଏକ ବିଶାଳ ହ୍ୱେଲ୍ ସାର୍କ ସାମ୍ନାରେ ଦେଖିବାକୁ ମିଳିଥିଲା | ଡି’ ଇମିଲିଓ ନିଜ ଟିକଟକ ଆପ ଆକାଉଣ୍ଟରେ ଫେବୃଆରୀରେ ୬ରେ ଏହାର ଭିଡ଼ିଓ ସେଆର କରିଥିଲେ |