Pratidin TV

Odisha's Digital News Platform

ମାଙ୍କ ସହ ମାଷ୍ଟରସେଫର ଟ୍ରଫି ହାତେଇଲେ ମହମ୍ମଦ ଆଶିକ, ଦିନେ ବିକୁଥିଲେ ଫଳଜୁସ୍‌..

1 min read

କଳା ପ୍ରତିଭା କେବେ ଲୁଚି ରହେ ନାହିଁ । ସେ ଦିନେ ଦିନେ ସାମ୍ନାକୁ ଆସି ନିଶ୍ଚୟ ଫୁଟିବ । ଆଉ ସାରା ଦେଶକୁ ମହକାଇ ଦେବ । ସେ ଧନୀ ହେଉ କି ଗରିବ, ମୂର୍ଖ ହେଉ କି ପାଠୁଆ ଯାହା ଭିତରେ କଳା ଲୁଚି ରହିଛି ତାକୁ ବାହାରକୁ ଆସିବାକୁ କେବେ କେହି ଅଟକାଇ ପାରିବେ ନାହିଁ । ଠିକ ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ମାଙ୍ଗାଲୁରୁରେ ରହୁଥିବା ୨୪ ବର୍ଷୀୟ ମହମ୍ମଦ ଆଶିକ୍ ମାଷ୍ଟର ସେଫ୍ ଇଣ୍ଡିଆ୮ର ଟ୍ରଫି ଜିତିଛନ୍ତି । ମାଷ୍ଟର ସେଫର ଶେଷ ପ୍ରତିଯୋଗିତା ଶୁକ୍ରବାର ଅର୍ଥାତ ୮ ଡିସେମ୍ବରରେ ସୋନି ଲିଭରେ ପ୍ରସାରିତ ହୋଇଥିଲା ।

ଗତକାଲି ଗ୍ରାଣ୍ଡ ଫାଇନାଲରେ ୪ଜଣ ଫାଇନାଲିଷ୍ଟ ଥିଲା । ହୋମ କେଫ୍ ଫାଇନାଲିଷ୍ଟ ରୁଖସର ସଇଦ, ମହମ୍ମଦ ଆଶିକ୍‌, ନାମ୍ବି ଜେସିକା ଏବଂ ସୁରଜ ଥାପା ସେମାନଙ୍କ ସିଗନେଚର ଡିସ ଖାଦ୍ୟ ପ୍ରସ୍ତୁତ କରିବାକୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ସମସ୍ତଙ୍କୁ ସେମାନଙ୍କର ପ୍ରିୟ ଖାଦ୍ୟ ପ୍ରସ୍ତୁତ କରିବାକୁ ୯୦ ମିନିଟ୍ ଦିଆଯାଇଥିଲା ।

Advertisement

ସର୍ବପ୍ରଥମେ ସୁରଜ ଥାପା ଜଜଙ୍କ ସମ୍ମୁଖରେ ତାଙ୍କ ଖାଦ୍ୟ ଉପସ୍ଥାପନ କରିଥିଲେ । ସୁରଜ ଇଂରାଜୀ ଜଳଖିଆର ମିଠା ଖାଦ୍ୟ ପ୍ରସ୍ତୁତ କରିଥିଲେ । ତାପଛକୁ ଥିଲେ ମହମ୍ମଦ ଆଶିକ୍ ପରେ ନାମ୍ବି ଜେସିକା ଜଜଙ୍କ ସମ୍ମୁଖରେ କଳା ଚାଉଳରେ ନିର୍ମିତ ‘ସ୍କୋୟାର୍ ରୁଟ୍‌’ ଉପସ୍ଥାପନ କରିଥିଲେ ।

ଏହି ଖାଦ୍ୟର ଉପସ୍ଥାପନା ଦ୍ୱାରା ସମସ୍ତେ ପ୍ରଭାବିତ ହୋଇଥିଲେ । ଶେଷରେ ୨୪ ବର୍ଷୀୟ ମହମ୍ମଦ ଆଶିକ ନିଜର ଡିସରେ ଜଜଙ୍କ ହୃଦୟ ଜିତି ଟାଇଟଲ ହାସଲ କରିଥିଲେ । ମହମ୍ମଦ ଆଶିକ ୨୫ ଲକ୍ଷ ଟଙ୍କା ସହିତ ସିଜନ୍ ଟ୍ରଫି ଜିତିଥିଲେ । ଶୋ’ର ଦ୍ୱିତୀୟ ରନର୍ ଅପ୍ ଭାବରେ ରୁଖସର ସଇଦଙ୍କ ନାମ ଘୋଷଣା କରାଯାଇଥିଲା, ନାମ୍ବି ଜେସିକା ପ୍ରଥମ ରନର୍ ଅପ୍ ହୋଇଥିଲେ । ଉଭୟଙ୍କୁ ଟ୍ରଫି ସହିତ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା ।

ଜାଣନ୍ତୁ ମହମ୍ମଦଙ୍କ ସଂଘର୍ଷମୟ କାହାଣୀ :
ମହମ୍ମଦ ମାଙ୍ଗାଲୋରର ବାସିନ୍ଦା ଅଟନ୍ତି । ମାଷ୍ଟରସେଫ ଇଣ୍ଡିଆ ସିଜିନ ୮କୁ ଆସିବା ପୂର୍ବରୁ ସେ ମାଙ୍ଗାଲୁରୁରେ ଏକ ଜୁସ୍ ଦୋକାନ ଚଳାଉଥିଲେ । ତେବେ ତାଙ୍କର ଯାତ୍ରା ଏତେ ସହଜ ନଥିଲା । ମାଷ୍ଟର ସେଫ ଜିତିବା ପରେ ତାଭ୍‌କଭାଗ୍ୟ ବଦଳିବ ବୋଲି ସେ ଆଶା କରିଛନ୍ତି ।

Leave a Reply

Your email address will not be published. Required fields are marked *