Pratidin TV

Odisha's Digital News Platform

ଚୋରୀ ବାଇକରେ ଚାଲିଥିଲା ଲୁଟ୍ , ମାଷ୍ଟରମାଇଣ୍ଡ ଲୁଟେରାଙ୍କୁ ବାନ୍ଧିଲା ବ୍ରହ୍ମପୁର ପୋଲିସ…

ବ୍ରହ୍ମପୁର : ଧରାପଡିଲେ ଡବଲ ମାଷ୍ଟରମାଇଣ୍ଡ ଲୁଟେରା । ବାଇକ୍ ଚୋରୀ କରି ସେହି ଚୋରୀ ବାଇକରେ ଲୁଟୁଥିଲେ ସୁନ। ଗହଣା ଓ ମୋବାଇଲ । ଏହି ଗ୍ୟାଙ୍ଗର ମୋଟ ୭ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ।

ମିଳିଥିବା ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ଜଣାପଡ଼ିଛି । ଏମାନଙ୍କ ନିକଟରୁ ପୋଲିସ ୫ଟି ବାଇକ, ୧୭ ମୋବାଇଲ, ୩୮ ଗ୍ରାମ ସୁନା ଓ ୫୫ ଗ୍ରାମ ରୂପା ସମେତ ଗୋଟିଏ ମାଉଜର ଓ ଗୋଟିଏ ଚାଇନା ନିର୍ମିତ ଖେଳନା ମାଉଜର ଜବତ କରିଛି। ଅଭିଯୁକ୍ତ ମାନେ ହେଲେ ବଡ଼ବଜାରଥାନା ବ୍ରଜରାଜନଗ ର ୩ୟ ଲାଇନ୍ର ସୁଶାନ୍ତ କୁମାର ସାହୁ, ଝାଡ଼ାଙ୍ଗୁଲିର ସୁକଦେବ ସାହୁ, ଶ୍ରୀରାମ ନଗର ଜଗନ୍ନାଥ ବିହାର ୪ ର୍ଥ ଲେନର ସୁମନ ଚୌଧୁରୀ,ସୁନ୍ଦରପୁରର ପିଙ୍କୁ ସାହୁ ଓ କିଶାନ ସାହୁ ଏମାନେ ସମସ୍ତେ ଗୋଟିଏ ସାହି ଅର୍ଥାତ ବ୍ରଜରାଜନଗର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଗତ ୩ମାସ ପୂର୍ବେ ପ୍ରଥମେ ବାଇକ ଚୋରି କରିଥିଲେ ।

ପରେ ସେହିବାଇକ ବ୍ୟବହାର କରି ଗୋଟିଏ ପରେ ଗୋଟିଏ ମୋବାଇଲ ଓ ସୁନା ଚେନ୍ ଲୁଟ୍ କରୁଥିଲେ। ଏମାନଙ୍କବ୍ରହ୍ମପୁରର ଗୋପାପଳପୁର, ଦିଗପହଣ୍ଡି, ସଦର, ନିମଖ ଣ୍ଡି, ଗୋସା ଇଁନୂଆଗାଁ ଥାନା ଇଲାକାରେ ମାମଲାରହିଥିବା ବେଳେ ଛତ୍ରପୁର, ଚମାଖଣ୍ଡି ଇଲାକାରେ ବି ବହୁ ମାମଲା ରହିଥିବା ନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼. ଶ୍ରବଣ ବିବେକ ଏମ ।

Leave a Reply

Your email address will not be published. Required fields are marked *