ଭିଡିଓ କଲ୍ରେ କଥା ହେଉଥିଲେ କର୍ମଚାରୀ, ପ୍ଲାଟଫର୍ମ ଉପରକୁ ଚଢିଗଲା ଟ୍ରେନ୍!
1 min read
ଉତ୍ତରପ୍ରଦେଶ: ଗତ ମଙ୍ଗଳବାର ରାତିରେ ମଥୁରା ଷ୍ଟେସନରେ ଏକ ଅଘଟଣ ଘଟିଥିଲା । ଆଜି ସାମ୍ନାକୁ ଆସିଲା ଟ୍ରେନ୍ ଦୁର୍ଘଟଣାର ସିସିଟିଭି ଫୁଟେଜ୍ । ଜଣାପଡିଲା ସତ୍ୟ । ଦୁର୍ଘଟଣାର ସମୟର ଏହି ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଟ୍ରେନଟି କାହିଁକି ହଠାତ ଫ୍ଲାଟଫର୍ମ ଉପରକୁ ଚଢି ଯାଇଥିଲା ତାହା ଦେଖିବାକୁ ମିଳୁଛି । କିନ୍ତୁ ଏ ଭିଡିଓ ପଛର ସତ୍ୟତା କଣ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏକ ବିଶେଷ ସୁତ୍ରରୁ ଖବର ରହିଛି ଯେ ଟ୍ରେନ ପାଇଲଟଙ୍କ ଅବହେଳା ପାଇଁ ଏପରି ଦୁର୍ଘଟଣା ଘଟିଛି ବୋଲି । ତେବେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଟ୍ରେନ ଯେତେବେଳେ ପ୍ଲାଟଫର୍ମରେ ପହଞ୍ଚିଥିଲା । ସେତେବେଳ ସମସ୍ତ ଯାତ୍ରୀ ଓହ୍ଲାଇ ସାରିଥିଲେ । ଆଉ ସେତିକି ବେଳେ ଟ୍ରେନର ପାଇଲଟ୍ ଏବଂ ସହ-ପାଇଲଟ୍ ମଧ୍ୟ କିଛି ସମୟ ପାଇଁ ଓହ୍ଲାଇ ଯାଇଥିଲେ । ପରବର୍ତ୍ତୀ ସମୟରେ ଜଣେ କର୍ମଚାରୀ କକପିଟରେ ଭିତରକୁ ଆସିଥିଲେ । ସେତେବେଳେ ସେ ମୋବାଇଲ୍ ଫୋନରେ ଭିଡିଓ କଲରେ କାହା ସହ କଥା ହେଉଥିଲେ । ଆହୁରୀ ମଧ୍ୟ କୁହାଯାଇଛି ଯେ କକପିଟରେ ପ୍ରେବେଶ କରିଥିବା ବ୍ୟକ୍ତି ଜଣକ କୁଆଡେ ମଦ୍ୟପାନ କରିଥିଲେ । ତା ସହ ଭିଡିଓ କଲରେ କାହା ସହ କଥା ହେଉଥଲେ । ଆଉ ସେ ବ୍ୟାଗକୁ ତାଙ୍କ ପିଠିରେ ରଖିବା ମାତ୍ରେ ହିଁ ହଠାତ୍ ଟ୍ରେନ୍ ଚଳପ୍ରଚଳ ଆରମ୍ଭ କରି ପ୍ଲାଟଫର୍ମ ଉପରକୁ ଚଢିଯାଇଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଭିଡିଓ ଉପରେ ରେଳବାଇ ଏପର୍ଯ୍ୟନ୍ତ କୈାଣସି ନିଶ୍ଚିତ କରିନାହିଁ କିମ୍ବା ଅସ୍ୱୀକାର ମଧ୍ୟ କରିନାହିଁ । । ରେଳ ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣାର ତଦନ୍ତ ଚାଲିଛି ।