Pratidin TV

Odisha's Digital News Platform

ଆରମ୍ଭ ହେଲା ମାଟ୍ରିକ ଖାତା ମୂଲ୍ୟାୟନ…..୫୫ଟି କେନ୍ଦ୍ର ସହ ନିୟୋଜିତ ହେବେ ୧୫ହଜାରରୁ ଅଧିକ ଶିକ୍ଷକ

1 min read

ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ୫୫ ଟି ମୂଲ୍ୟାୟନ କେନ୍ଦ୍ର ରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ମୂଲ୍ୟାୟନ କେନ୍ଦ୍ର ୨୪ ଘଣ୍ଟିଆ ସିସିଟିଭି ନଜରରେ ଅଛି । ସମସ୍ତ ମୂଲ୍ୟାୟନ କେନ୍ଦ୍ରର କାର୍ଯ୍ୟକୁ ଅନୁଧ୍ୟାନ କରୁଛି ୧୦ ସୁପରଭାଇଜିଂ ଟିମ୍ । ୧୫ ଦିନ ମଧ୍ୟରେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ ହେବା ନେଇ ଆଶା ରଖିଛି ବୋର୍ଡ଼ । ଅନଲାଇନ୍ ରେ ପରୀକ୍ଷା ଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଅନଲାଇନ୍ ରେ ସେମାନଙ୍କ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ସାର୍ଟିଫିକେଟ ର ହାର୍ଡ କପି ପରୀକ୍ଷା ଫଳ ପ୍ରକାଶ ପାଇବାର ୧୫ ଦିନ ପରେ ସେମାନଙ୍କ ସ୍କୁଲ ରୁ ପାଇପାରିବେ । ଏ ନେଇ ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ନିହାର ମହାନ୍ତିଙ୍କ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *