ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା , ଏଥର କିନ୍ତୁ AI ରଖିବ କଡା ନଜର …
1 min readଭୁବନେଶ୍ୱର ; ଆଜିଠୁ ଆରମ୍ଭ ହୋଇଯାଇଛି ମାଟ୍ରିକ୍ ପରୀକ୍ଷା । ଆଜି ସକାଳ ୯ ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୭.୩୦ ରୁ ଗେଟ୍ ଏଣ୍ଟ୍ରି କରାଯାଇଥିଲା । ଏବଂ ୮ଟା ୧୫ ପରେ ଆଉ କାହାକୁ ପ୍ରବେଶ କରିବାକୁ ଆନୁମତି ମିଳିନଥିଲା ।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। ଆଜିଠୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ।
ତେବେ ଏଥର କପି ରିକିବାକୁ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିକୁ) ଦାୟିତ୍ୱ ଦିଆଯାଇଛି । ଏଥର ସବୁ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖିବ ଏଆଇ । କେବଳ ଏତିକି ନୁହେଁ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।