Pratidin TV

Odisha's Digital News Platform

ଅନଲାଇନ୍ ନା ଅଫଲାଇନ୍ ! ମାର୍ଚ୍ଚ ୧୧ ରୁ ହେବ ମ୍ୟାଟ୍ରିକ୍ ପରୀକ୍ଷା …

1 min read

ଭୁବନେଶ୍ୱର : ଗୁରୁବାର ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ । ମାର୍ଚ୍ଚ ୧୦ ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଏହା ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଆଜି ଭୁବନେଶ୍ୱରରେ ଗଣଶିକ୍ଷା ବିଭାଗର ଏକ ପ୍ରେସମିଟରେ ସୂଚାନ ଦେଇଛନ୍ତି ବୋର୍ଡ ସଭାପତି । ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଶେଷ ହୋଇଯାଇଥିବା ବେଳେ ରେଜଲ୍ଟ ପ୍ରକାଶ ପାଇନି।

ଆସନ୍ତା ୧୦ ଦିନ ଭିତରେ ସମେଟିଭ-୧ ପରୀକ୍ଷାର ଫଳ ବାହାରିବ । ଯେଉଁମାନେ ସମେଟିଭ-୧ ପରୀକ୍ଷା ଦେଇଛନ୍ତି ସେମାନେ ସମେଟିଭ-୨ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ । ସମେଟିଭ-୧ ପରୀକ୍ଷା ଦେଇ ନ ଥିବା ପିଲା ବି ସମେଟିଭ-୨ ପରୀକ୍ଷା ଦେବାକୁ ଯୋଗ୍ୟ । କିନ୍ତୁ ସମେଟିଭ-୧ ପରୀକ୍ଷାର ମାର୍କ ସେମାନଙ୍କ ମାର୍କରୁ ବାଦ ପଡ଼ିବ । ଉଭୟ ସମେଟିଭ ପରୀକ୍ଷାର ପାର୍ଟନ ସମାନ ରହିବ ।

Advertisement

ଦେଶ ତଥା ରାଜ୍ୟଗୁଡିକରେ କରୋନାର ବଢୁଥିବା ବେଗକୁ ଲକ୍ଷ କରି ପରିକ୍ଷା ଅନଲାନ ମୋଡରେ ହେବ କି ଅଫ୍‌ଲାଇନ ମୋଡରେ ହେବ ତାହାକୁ ନେଇ ଶଙ୍କାରେ ଥିଲେ ଛାତ୍ରଛାତ୍ରୀ ।କିନ୍ତୁ ବର୍ତ୍ତମାନ ବୋର୍ଡ କତ୍ତୃପକ୍ଷଙ୍କ ଘୋଷଣା ପରେ ପିଲାମାନଙ୍କ ମନରେ ଥିବା ଶଙ୍କା ଦୂର ହୋଇଛି । ଆଗକୁ ଖୁବ୍ ଶୀଘ୍ର ବୋର୍ଡ ଫର୍ମଫିଲଅଫ୍‌ର ତାରିଖ ଘୋଷଣା କରିବ । ପିଲାମାନେ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଫର୍ମ ଫିଲଅପ୍ କରିପାରିବେ ।କିନ୍ତୁ ପରୀକ୍ଷା ଅଫଲାଇନ ହେବା ବା ସେଣ୍ଟର ମାନଙ୍କରେ ହେବ ।

ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ନବମ ଶ୍ରେଣୀ ପରୀକ୍ଷା ହେବ ବୋଲି ଘୋଷଣା ହୋଇଥିବା ବେଳେ ଫେବୃଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୧୦ରୁ ୧୭ ତାରିଖ ମଧ୍ୟରେ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

Leave a Reply

Your email address will not be published. Required fields are marked *