Pratidin TV

Odisha's Digital News Platform

ପାଚେରୀରେ ପିଟିହୋଇ ଓଲଟିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଧରି ଫେରୁଥିବା ଅଟୋ , ୬ ଗୁରୁତର ..

1 min read

ଜଳେଶ୍ଵର : ମାଟ୍ରିକ ପରୀକ୍ଷା ସରିବା ପରେ ପରୀକ୍ଷାର୍ଥୀଙ୍କୁ ନେଇ ଫେରୁଥିବାବେଳେ ଏକ ଅଟୋ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୃର୍ଘଟଣାରେ  ୫ ଜଣ ଛାତ୍ରଛାତ୍ରୀଙ୍କ ସହ ଜଣେ ବୃଦ୍ଧା ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ମହମ୍ମଦ ନଗର ପାଟଣା ନିକଟରେ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଜଳେଶ୍ଵର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ଛାତ୍ରଛାତ୍ରୀ ଜଳେଶ୍ଵର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବୋଲି ଜଣାପଡିଛି ।

ଆଜି ମାଟ୍ରିକ ଛାତ୍ରଛାତ୍ରୀଙ୍କ ଇତିହାସ ଓ ଭୂଗୋଳ ପରୀକ୍ଷା ଥିଲା । ପରୀକ୍ଷା ସରିବା ପରେ ୯ ଜଣ ଛାତ୍ରଛାତ୍ରୀ ଓ ଜଣେ ଗୁରୁଜୀଙ୍କୁ ନେଇ ଅଟୋଟି ଘର ଅଭିମୂଖେ ଫେରୁଥିଲା । କିନ୍ତୁ ପାଟଣା ଛକ ନିକଟରେ ଜଣେ ବୃଦ୍ଧା ରାସ୍ତା ପାରହେଉଥିଲେ । ଏବଂ ଅଟୋଟି ମଧ୍ୟ ଦ୍ରୁତ ଗତିରେ ଆସୁଥିଲା । ବୃଦ୍ଧା ଜଣଙ୍କୁ ବଞ୍ଚାଇବାକୁ ଯାଇ ଅଟୋ ଚାଳକ ଜଣଙ୍କ ଗାଡିଟିକୁ ରାସ୍ତା ପାଶ୍ୱକୁ ବୁଲାଇଦେଇଥିଲା । ଫଳରେ ଅଟୋଟି ଭାରସାମ୍ୟ ହରାଇ ପାଚେରୀରେ ପିଟି ହୋଇ ଓଲଟିପଡିଥିଲା ।

Advertisement

ତେବେ ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ ପାଚେରୀ ଭାଙ୍ଗିଯିବା ସହ ଅଟୋଟି ମଧ୍ୟ ଅର୍ଦ୍ଧଭଙ୍ଗା ହୋଇଯାଇଥିଲା । ସେଥିରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇପଡିଥିବା ବେଳେ ବୃଦ୍ଧା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।
ବର୍ତ୍ତମାନ ଚିନ୍ତାର ବିଷୟ ଏୟା ଯେ ସୋମବାର ମାଟ୍ରିକ୍ ପରୀକ୍ଷାର ଶେଷ ପରୀକ୍ଷା ଥିବା ବେଳେ ଗୁରୁତର ଛାତ୍ରଛାତ୍ରୀ କିପରି ପରୀକ୍ଷା ଦେବେ ?

Leave a Reply

Your email address will not be published. Required fields are marked *