ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୩ରୁ ମାଟ୍ରିକ ଫର୍ମ ଫିଲ୍-ଅପ୍..
1 min readନଭେମ୍ବର ୩ ତାରିଖରୁ ଆରମ୍ଭ ହେବ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଆରମ୍ଭ ହେବ । ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମାନେ ନଭେମ୍ବର ୩ ତାରିଖରୁ ୧୮ ତାରିଖ ମଧ୍ୟରେ ଅନଲାଇନ୍ ଫର୍ମ ପୂରଣ କରିପାରିବେ ।
ରାତି ୧୧ ଟା ପର୍ଯ୍ୟନ୍ତ ଅନ୍ଲାଇନ୍ ଯୋଗେ ଫର୍ମପୂରଣ ହୋଇପାରିବ । www.bseodisha.ac.in ୱେବ୍ ସାଇଟ୍ ଭିସିଟ୍ କରି ଛାତ୍ରଛାତ୍ରୀ ମାନେ ସମ୍ପୁର୍ଣ୍ଣ ସୂଚନା ପାଇପାରିବେ । କରେସପଣ୍ଡେଣ୍ଟ କୋର୍ସ ରେ ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପସଚିବଙ୍କ ଦ୍ବାରା ଅଫ୍ଲାଇନ୍ରେ ଫର୍ମପୂରଣ କରିପାରିବେ । ଶୁକ୍ରବାର ଦିନ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।