Pratidin TV

Odisha's Digital News Platform

ମେ ୧୫ ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !

1 min read

ଭୁବନେଶ୍ୱର : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ। ତେବେ ତୃତୀୟ ସପ୍ତାହର ୧୫ ତାରିଖରୁ ଆରମ୍ଭ ହେଥିବାରୁ ସେହିଦିନ ଫଳାଫଳ ଘୋଷଣା କରାଯିବା ନେଇ ସମ୍ଭାବନା ରହିଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେହିପରି ମେ ଶେଷ ସପ୍ତାହ ସୁଦ୍ଧା ବାହାରିପାରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏହାସହ ଖୁବଶୀଘ୍ର ଚୂଡାନ୍ତ ତାରିଖ ଘୋଷଣା କରାଯବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାୟ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

ଏଥର ମୂଲ୍ୟାୟନ କାର୍ଯ୍ୟରେ ୧୩ ହଜାର ଶିକ୍ଷକ , କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ସେହିଭଳି ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ତେବେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ bseodisha.ac.in I http;bseodisha.nic.in ୱେବସାଇଟରେ ଦେଖିପାରିବେ ।

Leave a Reply

Your email address will not be published. Required fields are marked *