Pratidin TV

Odisha's Digital News Platform

ମାଟ୍ରିକ୍ ଫଳ ପ୍ରକାଶ ପରେ ଝୁଲି ପଡିଲେ ଛାତ୍ର , ପାସ୍ କରିଥିଲେ ହେଲେ କାହିଁକି ଏପରି କଲେ ?

ଯାଜପୁର; ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାର କିଛି ସମୟ ପରେ ରବିବାର ଦିବା ୧୨ ଘଟିକା ସମୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ସୁକିନ୍ଦା ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ଖେଲାଇଦେଇଛି । ମୃତ ଛାତ୍ର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁଆ ଗ୍ରାମ ବ୍ରଜକିଶୋର ପଣ୍ଡା ଓ ମନ୍ଦାକିନୀ ପଣ୍ଡାଙ୍କ ୧୫ ବର୍ଷର ପୁଅ ପ୍ରଜ୍ଞାନ କୁମାର ପଣ୍ଡା ବୋଲି ଜଣାପଡିଛି। ଗତ କିଛି ବର୍ଷ ହେବ ଏହି ପରିବାର ସୁକିନ୍ଦାରେ ଏକ ଭଡାଘରେ ରହୁଛନ୍ତି ।

ବ୍ରଜ କିଶୋର ପଣ୍ଡା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଣେ ଠିକାଦାର ପାଖରେ କାମ କରନ୍ତି ଓ ପତ୍ନୀ ମନ୍ଦାକିନୀ ପଣ୍ଡା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ସେମାନଙ୍କର ଏକମାତ୍ର ପୁଅ ପ୍ରଜ୍ଞାନ ଚଳିତ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲା। ଆଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ୬୦ପ୍ରତିଶତ ନମ୍ବର ରଖିଥିବା ଜାଣି ଚିନ୍ତିତ ଥିଲା । ଦିନ ପ୍ରାୟ ୧୨ ଟା ସମୟରେ ବାପ ମା କେହି ଘରେ ନଥିବା ସୁଯୋଗରେ ମା ପିନ୍ଧା ଶାଢ଼ୀରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୁକିନ୍ଦା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସବୁଠୁ ବଡ କଥା ହେଲା ଭାରତ ଭଳି ଦେଶରେ ମାଟ୍ରିକ୍ /ଯୁକ୍ତ ୨ ଫେଲ୍ ହୋଇ ମଧ୍ୟ ପରବର୍ତ୍ତୀ ସମୟରେ ଛାତ୍ର ନିଜର ପରିଶ୍ରମ ବଳରେ ଆଇଏସ୍ ବନିପାରୁଛି । ଯେଉଁ ଦେଶ ବା ରାଜ୍ୟରେ ଏଭଳି ପ୍ରେରଣା ଦାୟକ ସତ କାହାଣୀ ପିଲାଙ୍କ ସାମ୍ନାରେ ରଖାଯ।।ଉଛି । ତାପରେ ଏତେ ନିରାଶ କାହିଁକିଁ ? ନିଜକୁ କାହିଁ ଆତ୍ମହତ୍ୟା ର ଅନ୍ଧକାରରେ ବୁଡାଇବାକୁ ପଛାଉନାହନ୍ତି ଛାତ୍ରଛାତ୍ରୀ !

Leave a Reply

Your email address will not be published. Required fields are marked *