Pratidin TV

Odisha's Digital News Platform

ଅପହରଣ ବେଳେ ଗାଡିର କାଚ ଭାଙ୍ଗି ଖସିଆସିଲେ ମାଟ୍ରିକ୍ ଛାତ୍ରୀ..

1 min read

ପଟ୍ଟାମୁଣ୍ଡାଇ : ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରିଥିଲେ ଦୁର୍ବୁତ୍ତ । ତେବେ ଛାତ୍ରୀ ଜଣଙ୍କ କୌଶଳକ୍ରମେ ଉପଯୁକ୍ତ ବୁଦ୍ଧି ଖଟାଇ ଗାଡି କାଚ ଭାଙ୍ଗି ଖସିଯିବାରେ ସଫଳ ହୋଇଥିଲେ। ଖସିଯିବା ସମୟରେ ଦୁର୍ବୁତ୍ତ ମାନେ ଛାତ୍ରୀ କୁ ବ୍ଲେଡ ରେ ଆକ୍ରମଣ କରିବାରୁ ଛାତ୍ରୀଙ୍କ ହାତ ଓ ବେକ ରେ କ୍ଷତ ସୃଷ୍ଟି ହୋଇଛି।

ସଂଜ୍ଞହୀନ ଅବସ୍ଥାରେ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲ ରେ ଭର୍ତି କରିଥିଲେ। ଛାତ୍ରୀ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଳିକା ଉଚିତ ବିଦ୍ୟାଳୟ ର ସୁମିନି ସେଠି। ଛାତ୍ରୀ ଜଣଙ୍କ ପଟ୍ଟାମୁଣ୍ଡାଇ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ ରୁ ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏ ଘଟଣା ଘଟିଥିବା ଜଣା ପଡିଛି। ଅନ୍ୟପଟରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇ ଥିବା ବେଳେ ଗାଡି ଓ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *