Pratidin TV

Odisha's Digital News Platform

ଆରମ୍ଭ ହେଲା ମ୍ୟାଟ୍ରିକ୍ ସମ୍ମେଟିଭ୍‌-୧ଖାତାଦେଖା..

1 min read

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସମ୍ମେଟିଭ୍‌-୧ ଖାତାଦେଖା । ତେବେ ଆଜିଠାରୁ ୧୦ ଦିନ ମଧ୍ୟରେ ଖାତାଦେଖା ଶେଷ କରିବାକୁ ର୍ଟାଗେଟ୍ ରଖିଛି ବୋର୍ଡ । ସୂଚନା ଅନୁଯାୟୀ ଆଜିଠାରୁ ସକାଳ ୯ଟାରୁ ସନ୍ଧ୍ୟା ୫ ଟା ଯାଏ ଖାତାଦେଖା ଚାଲୁରହିବ । ଏଥିନିମନ୍ତେ ପ୍ରାୟ ୧୨୪୦ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ନିୟୋଜିତ ହୋଇଥିବା ବେଳେ । ମୋଟ୍ ୫୬ ଟି କେନ୍ଦ୍ରରେ ଖାତାଦେଖା ଯାଉଛି ।

ସେହିପରି ଖାତାଦେଖାକୁ ଶୃଙ୍ଖଳିତ ଢଙ୍ଗରେ କରିବା ପାଇଁ ଖାତାଦେଖା କେନ୍ଦ୍ରକୁ ନିରୀକ୍ଷକଙ୍କ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ଚଳିତ ବର୍ଷ ନଭେମ୍ବର ୨୩ରୁ ସମ୍ମେଟିଭ -୧ ପରୀକ୍ଷା ଆରମ୍ଭ ହୋଇ ୩୦ତାରିଖ ପର‌୍ୟ୍ୟନ୍ତ ଚାଲିଥିଲ।

ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ସେହିପରି ମଧ୍ୟମାରେ ୨ ହଜାର ୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ହୋଇଥିବା ବେଳେ ଓପନ୍ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।

Leave a Reply

Your email address will not be published. Required fields are marked *