Pratidin TV

Odisha's Digital News Platform

ମେ’ ୨୬ ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲଅପ୍

1 min read

ଭୁବନେଶ୍ୱର : ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଦୁଇ ବର୍ଷ ପରେ ପୁଣିଥରେ ଛାତ୍ରଛାତ୍ରୀଙ୍କ ପାଇଁ ଫେରୁଛି ସପ୍ଲିମେଣ୍ଟାରୀ ପରୀକ୍ଷା । ତେବେ ଏଥିପାଇଁ ଆସନ୍ତ ମେ’ ୨୬ ତାରିଖ ଆବେଦନ କରିପାରିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମେ ୨୬ ରୁ ଜୁନ୍ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍ ପ୍ରକ୍ରିୟା ଜାରି ରହିବ । ଏହାପରେ ଲାଇ ୩ ତାରିଖରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷା ଜୁଲାଇ ୩ରୁ ଜୁଲାଇ ୮ ପର୍ଯ୍ୟନ୍ତ ଚାଲିବ ।

ସେହିଭଳି ଆଜି ଆଉ ଏକ ବଡ଼ ଘୋଷଣା କରାଯାଇଛି । ମାଟ୍ରିକ ପରୀକ୍ଷା ଢାଞ୍ଚାକୁ ମଧ୍ୟ ପରିବର୍ତ୍ତନ କରିଛି ବୋର୍ଡ । ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଦେଇଛନ୍ତି । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ ।

Advertisement

ଏବେ କେବଳ ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ । ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ହେବ । ନବମ ପାଇଁ ବାର୍ଷିକ ପରୀକ୍ଷା ହେବ, ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ ।

Leave a Reply

Your email address will not be published. Required fields are marked *