୫୬୬ ମାର୍କ ରଖି ବାପା ମାଆଙ୍କ ଟେକ ରଖିଲେ ବିଶ୍ଵଜିତ ପଣ୍ଡା ..
1 min readସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳରେ ୫୬୬ ମାର୍କ ରଖି ବାହାନଗା ବ୍ଲକ ର କୁରୁଡା ପଞ୍ଚାୟତ ର କରୁଡା ହାଇସ୍କୁଲ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବିଶ୍ଵଜିତ ପଣ୍ଡା । ଏହା ସହିତ ସେ ବାହାନଗା ବ୍ଲକ ରେ ଟପ୍ପର ହୋଇଛନ୍ତି । ଏଥିପାଇଁ ନିଜ ସଫଳତା ର ଶ୍ରେୟ ନିଜ ବାପା ମା ଏବଂ ଶିକ୍ଷକ ଙ୍କୁ ଦେଇଛନ୍ତି । ବିଶ୍ଵଜିତ କୁହନ୍ତି ମୋର ସଫଳତା ପାଇଁ ମୁଁ ଦିନ କୁ ୮/୯ ଘଣ୍ଟା ପାଠ ପଢ଼େ । ମୋର ପାଠ ର ପରିଶ୍ରମ ପାଇଁ ମୋର ବାପା ଅଜିତ୍ ପଣ୍ଡା,ମାଆ,ଅନୁସାୟା ଶତପଥୀ , ସ୍କୁଲ ସାର୍ ସୃଷ୍ଟି ଧର ବାରିକ ସଵୁ ବେଳେ ମତେ ଗାଇଡି କରନ୍ତି,। ବାପା,ମାଆ ମତେ ରାତ୍ରି ରୁ ଉଠାଇ ପାଠ ପଢାଇବା ସହିତ ପାଖରେ ବସିରହନ୍ତି,।
ଆଜି ଯଦି ମୁଁ ସଫଳତା ପାଇଛି ମୋର ବାପା ଓ ମା ସ୍କୁଲ ସାର୍ ଙ୍କ ପାଇଁ। ସେ କହିଛନ୍ତି ତାଙ୍କର ଜୀବନର ଲକ୍ଷ୍ୟ ହେଉଛି ସେ ଡାକ୍ତର ହେବେ । ଗ୍ରାମ ଅଞ୍ଚଳ ରହୁଥିବା ଗରିବ ଲୋକମାନଙ୍କୁ ସେଵା କରିବେ ।ବିଶ୍ଵଜିତ ଙ୍କ ବାପା ଏକ ଘରୋଇ କମ୍ପାନୀ ରେ କାର୍ୟ୍ୟକରନ୍ତି, ମାଆ ଅନୁସାୟା ଜଣେ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟତ୍ରୀ ଭାବେ କାର୍ୟ୍ୟ କରନ୍ତି,।