Pratidin TV

Odisha's Digital News Platform

ମ୍ୟାଟ୍ରିମୋନିରେ ଫସାଇଦେଲା ସୁନ୍ଦର ଯୁବତୀଙ୍କ ପ୍ରୋଫାଇଲ , ଆକାଉଣ୍ଟରୁ ଖାଲି ହୋଇଗଲା ୧ଲକ୍ଷ ୬୧ ହଜାର…

1 min read

ଭୁବନେଶ୍ୱର ; ମାୟାନଗରୀ ଭୁବନେଶ୍ୱରରେ ସୁନ୍ଦରୀଙ୍କ ମାୟାଜାଲା । ଏବେ ସୁନ୍ଦରୀ ଯୁବତୀଙ୍କ ନାଁରେ ମ୍ୟାଟ୍ରିମୋନିରେ ଆକାଉଣ୍ଟ ଖୋଲି ଯୁବକଙ୍କ ମାନଙ୍କୁ ଫସାଉଛନ୍ତି ଠକ । ସୁନ୍ଦର ଝିଅ ମାନଙ୍କ ଫଟୋରେ ପ୍ରୋଫାଇଲ ଖୋଲି ଫସାଉଛନ୍ତି ବଡ ବଡିଆ ଘରର ଯୁବକଙ୍କୁ । ଆଉ ନିଜର ଆର୍ଥିକ ଅବସ୍ଥା ଖରାପ ଦର୍ଶାଇ ଟଙ୍କା ମାଗୁଛନ୍ତି ଏହି ଠକ । ଆଉ ବିବାହ କରିବାକୁ ମନ କରୁଥିବା ଯୁବକ ମଧ୍ୟ ପର୍ଯ୍ୟାୟ କ୍ରମେ ଟଙ୍କା ଦେଇଛନ୍ତି । ଯୁବକ ଜଣଙ୍କ ଥରେ ନୁହେଁ ତିନି ଥର ଟଙ୍କା ଦେବା ପରେ ଯେତେବେଳେ ଦେଖା କରିବା ପାଇଁ ଦାବି କରିଛନ୍ତି ସେତେବେଳେ ସତ ସାମ୍ନାକୁ ଆସିଛି ।

ତେବେ ମ୍ୟାଟ୍ରିମୋନିରେ ଯୁବକଙ୍କୁ ବିବାହର ପ୍ରସ୍ତାବ ଦେଇ ଫସାଉଥିବା ପ୍ରୋଇଫାଇଲ କୌଣସି ଯୁବତୀଙ୍କର ନୁହେଁ ବରଂ ଜଣେ ଯୁବକଙ୍କର । ଯିଏ ନିଜ ସ୍ତ୍ରୀ ନାଁରେ ପ୍ରୋଫାଇଲ ଖୋଲି ଫଟୋ ଲଗାଇ ଯୁବକଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଠକେଇ କରିଛି ।

Advertisement

ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ ି ପୁରୀ ଅଂଚଳର ଅଭିଯୁକ୍ତ ନୃସିଂହ ବିଶ୍ୱାଳଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ୧ ଲକ୍ଷ ୬୧ ହାଜରତାଙ୍କ , ୫ଟି ଏଟିଏମକାର୍ଡ, ୨ଟିସିମଏବଂ ୩ଟି ମୋବାଇଲ ଜବତ କରିଛି । ତେବେ ନୃସିଂହ ଅନ୍ୟ କାହା କାହାକୁ ଠକିଚି ସେନେଇ ଅଧିକ ତଦନ୍ତ କରୁଛି କମିଶନରେଟ୍ ପୋଲିସ ।

Leave a Reply

Your email address will not be published. Required fields are marked *