Pratidin TV

Odisha's Digital News Platform

“ଦେଖ ମାଆ ମୁଁ ଉଡିପାରିଛି ” ଆରସିବି କୁ ହରାଇ ଖୁସିରେ ମା ପାଇଁ ଲେଖିଲେ ଏମିତି ..

1 min read

ଆଇପିଏଲରେ ଦେଖିବାକୁ ମିଳୁଛି ମୟଙ୍କ ମ୍ୟାଜିକ୍ । ଏବେ ଚାରିଆଡେ ହେଉଛି କେବେଳ ଗୋଟିଏ ନାଁରେ ଚର୍ଚ୍ଚା । ସେ ହେଉଛି ମୟଙ୍କ ଯାଦବ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌  କୁ ହରାଇବା ପରେ ଦୃତ ବୋଲର ମୟଙ୍କ ଯାଦବଙ୍କ ଖୁସିର ସୀମା ନାହିଁ । ଖୁସିର ସୀମା ନାହିଁ । ମ୍ୟାଚ୍‌ରେ ସେ ୩ ୱିକେଟ୍ ଅକ୍ତିଆର କରିଥିଲା ବେଳେ ଆରସିବିର ଶୀର୍ଷକ୍ରମକୁ ଭାଙ୍ଗିବାରେ ତାଙ୍କର ବଡ଼ ହାତ ରହିଥିଲା । ତେବେ ଏହି ବିଜୟ ପରେ ସୋଶିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ତାଙ୍କର ଏହି ଖୁସିକୁ ମା ସହିତ ବାଣ୍ଟିଥିଲେ । ୱିକେଟ୍ ନେବା ପରେ ଉପରକୁ ଉଠି ଉତ୍ସବ ମନାଇବାର ଫଟୋକୁ ପୋଷ୍ଟ କରିବା ସହ ସେ ଉଡ଼ିପାରନ୍ତି ବୋଲି ମା’ଙ୍କୁ ଜଣାଇଥିଲେ ।

ମୟଙ୍କ ମାତ୍ର ଦୁଇଟି ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ । ଆଉ ଏହି ଦୁଇଟି ମ୍ୟାଚ ଖେଳି ବର୍ତ୍ତମାନ ସେ ଚର୍ଚ୍ଚାରେ ରହିଛନ୍ତି । ଦୁଇଟି ଯାକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କୁ ପୁରସ୍କାର ମିଳିଛି । ମାତ୍ର ୨୧ ବର୍ଷ ବୟସରେ ଏଭଳି ଅନନ୍ୟ ସଫଳତା ପାଇ ଇତିହାସ ରଚିଛନ୍ତି ସେ । ଆରସିବି ବିପକ୍ଷରେ ୧୫୬.୭ କିଲୋମିଟର ପ୍ରତି ଘଣ୍ଟା ବେଗରେ ବଲ୍ ପକାଇ ଚଳିତ ସଂସ୍କରଣରେ ଦ୍ରୁତତମ ବୋଲର୍ ବି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *