Pratidin TV

Odisha's Digital News Platform

ସରକାର ନେଲେ ନିଷ୍ପତ୍ତି , ବ୍ୟାନ୍‌ ହେଲା ମିୟୋନିଜ…

1 min read

ମୋମୋ ହେଉ କି ପାସ୍ତା ଅବା ଫ୍ରେଞ୍ଚ୍ ଫ୍ରାଇସ୍ ସବୁଥିରେ ମାୟୋନିଜ ପ୍ରାୟ ସମସ୍ତଙ୍କର ପସନ୍ଦ । ଫାଷ୍ଟଫୁଡ ଖାଇବ ସେ ବି ପୁଣି ବିନା ମାୟୋନିଜରେ ତାହା କଣ ହେଇପାରିବ । ଖାସ୍ କରି ମୋମୋ ରେ । ମାୟୋନିଜ ବିନା ମୋମୋ ସତେ ଯେପରି ଅଧୁରା । ଏବେ କିନ୍ତୁ ଆଉ ମିଳିବନି ମାୟୋନିଜ । ୧ ବର୍ଷ ପାଇଁ ମାୟୋନିଜ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । ଆଜ୍ଞା ହଁ ଏପରି ଏକ ଅଜବ ପ୍ରତିବନ୍ଧକ ଲଗାଇଛନ୍ତି ତେଲେଙ୍ଗାନା ସରକାର । ହାଇଦ୍ରାବାଦରେ ମୋମୋ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ପରେ ଏପରି ନିଷ୍ପତି ନେଇଛନ୍ତି ସରକାର ।

ଗତ ମଙ୍ଗଳବାର ମୋମୋ ଖାଇବା ପରେ ହାଇଦ୍ରାବାଦରେ ଜଣେ ୩୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୪୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରାଥମିକ ଯାଞ୍ଚରୁ ସେମାନେ ହାଇଦ୍ରାବାଦରେ ପାଖାପାଖି ଥିବା ୬ରୁ ଅଧିକ ଦୋକାନରୁ ମୋମୋ ଖାଇଥିଲେ। ଏହି ଘଟଣାର ଯାଞ୍ଚ କରି ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି।

Advertisement

ସମସ୍ତ ଦୋକାନୀ ଜଣେ ସପ୍ଲାୟର୍ସଙ୍କ ନିକଟରୁ ମୋମୋ ଅର୍ଡର କରିଥିବା ଜଣାପଡ଼ିଥିଲା। ତାହାର କିଛି ଦିନ ପୂର୍ବରୁ ବି ମୋମୋ ଖାଇବା ଦ୍ୱାରା ଫୁଡ ପଏଜନିଂ ମାମଲା ସାମନାକୁ ଆସିଥିଲା।

ଏହାପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋମୋ ପ୍ରସ୍ତୁତ ହେଉଥିବା ସ୍ଥାନରେ ଚଢ଼ାଉ କରାଯାଇଥିଲା। ମୋମୋ ସହ ମିୟୋନିଜକୁ ବି ପରୀକ୍ଷା ପାଇଁ ପଠାଯାଇଥିଲା।ମିୟୋନିଜ କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ହେଉଥିବାରୁ ଏହା ଫୁଡ ପଏଜନିଂ କରାଉଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତେଲେଙ୍ଗାନା ସରକାର ଏହାକୁ ବ୍ୟାନ୍‌ କରିଛନ୍ତି। ଆଜିଠୁ ତେଲେଙ୍ଗାନାରେ ଏହି ପ୍ରତିବନ୍ଧକ ଲାଗୁ ହେଉଥିବା ବେଳେ ବର୍ଷେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *