Pratidin TV

Odisha's Digital News Platform

ନବୀନ ବାବୁଙ୍କ ଭୟରେ ଓଡିଶା ଧାଉଁଛନ୍ତି ଗଣ୍ଡା ଗଣ୍ଡା ବିରୋଧୀ ନେତା – ସୁଲୋଚନା ଦାସ, ମେୟର ।

1 min read

ସାରା ଓଡିଶାରେ ଦେଖିବାକୁ ମିଳିଛି ନବୀନଙ୍କ କ୍ରେଜ୍ । ଜୟ ବିଜେଡିରେ କମ୍ପୁଛି ଉତ୍ତର ଭୁବନେଶ୍ୱର । ବୁଧବାର ତୃତୀୟଥର ଭୁବନେଶ୍ୱରରେ ନବୀନ କରିଛନ୍ତ ରୋଡ୍ ଶୋ । ଏଥରରେ ହଜାର ହଜାର ସମର୍ଥକଙ୍କ ସହ ଏସଏଚ୍‌ଜି ମହିଳା ଏବଂ ମେୟର ସୁଲୋଚନା ଦାସ ମଧ୍ୟ ଯୋଗ ଦେଇଥିଲେ ।

ଏହି ଅବସରରେ ମେୟର ନିଜ ମୁହଁରେ କରିଛନ୍ତି ନବୀନଙ୍କ ପ୍ରଶଂସା । ସେ ସିଧା ସଳଖ ବିରୋଧୀ ଦଳକୁ ର୍ଟାଗେଟ୍ କରି କହିଥିଲେ ଯେ ଲୋକମାନଙ୍କର ନବୀନବାବୁଙ୍କ ପ୍ରତି ଭଲପାଇବା ଏବଂ ସମ୍ମାନ ଦେଖି ଡରୁଛନ୍ତି ବିରୋଧୀ । ସେଥିପାଇଁ ଘନଘନ ହୋଇ ଧାଉଁଛନ୍ତି ଓଡିଶା । କିନ୍ତୁ ସେମାନେ ଯେତେ ପ୍ରଚାର ପ୍ରସାର କଲେ ମଧ୍ୟ ନବୀନ ବାବୁଙ୍କ ପ୍ରତି ଥିବା ଶ୍ରଦ୍ଧା,ବିଶ୍ୱାସ ଓ ଭଲପାଇବାକୁ ଓଡିଶାବାସୀଙ୍କ ମନରୁ କାଢିପାରିବେନି । ୨୦୨୪ ସୁଦ୍ଧା ଓଡିଶାକୁ ଏକ ଅଗ୍ରଣୀ , ସମୃ୍‌ଦ୍ଧ ଓ ସଶକ୍ତ ରାଜ୍ୟରେ ପରିଣତ କରିବାକୁ ନବୀନ ସବୁବେଳେ ତତ୍ପର ।

Advertisement

Leave a Reply

Your email address will not be published. Required fields are marked *