Pratidin TV

Odisha's Digital News Platform

ପୁଅ ମନ୍ମଥଙ୍କ ପାଇଁ ପ୍ରଚାର ମୈଦାନରେ ସୁର , ବୁଦ୍ଧ ପାର୍କରେ ଆସି ମାଗିଲେ ଭୋଟ …

ପୁତ୍ର ମୋହ ଛାଡ଼ି ପାରୁନାହାନ୍ତି ସୁର ରାଉତରାୟ । ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ପାଇଁ କଲେ ପ୍ରଚାର । ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ପାଇଁ ଭୋଟ ମାଗିଲେ ବାପା ସୁର ରାଉତରାୟ । ଆଜି ସକାଳୁ ସକାଳୁ ଭୁବନେଶ୍ୱର ବୁଦ୍ଧ ପାର୍କରେ ପହଞ୍ଚି ସୁର ରାଉତରାୟ ପୁଅ ମନ୍ମଥଙ୍କ ପାଇଁ ଭୋଟ ମାଗିଛନ୍ତି।

ଏହି ସମୟରେ ପୁଅ ମନ୍ମଥ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ। ବୁଦ୍ଧ ପାର୍କରେ ଅଳ୍ପ କିଛି ସମୟ ପୁଅ ସହ ରହି ପ୍ରଚାର ସେଠାରୁ ଚାଲିଯାଇଥିଲେ ସୁର ରାଉତରାୟ । ସେଠାରେ ପୁଅ ସହ ପ୍ରଚାର କରିବା ପରେ ସୁରରାଉତରାୟ କହିଛନ୍ତି ଯେ , ସେ ବାପା ହିସାବରେ ପୁଅ ପାଇଁ ଭୋଟ ମାଗୁଛନ୍ତି ।

Leave a Reply

Your email address will not be published. Required fields are marked *