Pratidin TV

Odisha's Digital News Platform

ତଦନ୍ତ ବଦଳରେ ଚାପ ପକାଉଛି, କହୁଛି କେସ ଉଠାଇ ନିଅ; ମୃତକଙ୍କ ପରିବାର ବର୍ଗ ଆଣିଲେ ଅଭିଯୋଗ

1 min read

ପ୍ରେମିକ ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ | ନ୍ୟାୟ ପାଇବା ପାଇଁ ଶବକୁ କାନ୍ଧରେ ବୋହିଲେ ପରିଜନ | ତେବେ ଏପରି ଘଟଣା ବାରିପଦା ସଦର ଥାନା ଅଧିନ ଦାମଦରପୁରରେ ଘଟିଛି | ଏ ନେଇ ପରିବାର ପକ୍ଷରୁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଥିଲା।ପରିବାର ଲୋକଙ୍କ କହିବା ଅନୁଯାୟୀ ପୋଲିସ ଘଟଣାର ଅନୁସନ୍ଧାନ କରି ଦୋଷୀକୁ ଗିରଫ କରିବା ପରିବର୍ତ୍ତେ ଓଲଟି କେଶ ରଫାଦଫା କରିବା ପାଇଁ ଚାପ ସୃଷ୍ଟି କରିଥିଲା।

ତେବେ ସୂଚନା ମୁତାବକ, ତିନି ଦିନ ପୂର୍ବରୁ ବାରିପଦା ସଦର ଥାନା ଅଧିନ ଦାମଦରପୁର ସ୍ଥିତ ପ୍ରେମିକା ଘରୁ କାର୍ତିକ ବିନ୍ଧାଣିଙ୍କ ପୁଅ ପ୍ରକାଶ ବିନ୍ଧାଣିଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏ ନେଇ ପରିବାର ପକ୍ଷରୁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଥିଲା।ପରିବାର ଲୋକଙ୍କ କହିବା ଅନୁଯାୟୀ ପୋଲିସ ଘଟଣାର ଅନୁସନ୍ଧାନ କରି ଦୋଷୀ କୁ ଗିରଫ କରିବା ପରିବର୍ତେ ଓଲଟି କେଶ ରଫାଦଫା କରିବା ପାଇଁ ଚାପ ସୃଷ୍ଟି କରିଥିଲା। ଆଜି ଶବ ନେବାପାଇଁ ଗାଡି ଖୋଜିବାରୁ ପୋଲିସ କୁଆଡେ ଗାଡି ନ ଦେବା ପାଇଁ ସ୍ଥାନୀୟ ଗାଡି ଚାଳକଙ୍କୁ ତାଗିଦ କରିଥିଲା। ଶେଷରେ ପରିଜନ ପକ୍ଷରୁ ଶବକୁ କାନ୍ଧରେ ବୋହି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରୁ ବାରିପଦା ସଦରଥାନା କୁ ଚାଲିଥିଲେ। ପୋଲିସ ପକ୍ଷରୁ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ରହି ନ ଥିଲେ ଓଲଟି ପ୍ରଶ୍ନ କରିଥିଲେ ଆମକୁ ଗାଡି ଦେବାକୁ କଣ ପାଇଁ ମନା କରୁଥିଲା। ଶେଷରେ ପଲିସ ପକ୍ଷରୁ ଜବରଦସ୍ତ ଶବ କୁ ପୋଲିସ ଭେନରେ ପାଲବଣି ନିକଟରୁ ସଦର ଥାନାକୁ ନେଇ ଯାଇଥିଲେ।

Advertisement

ଏବେ ପରିବାର ବର୍ଗଙ୍କ ଅଭିଯୋଗ ଯେ ପୋଲିସ ଆମକୁ ଚାପ ପକାଉଛି କେସକୁ ଉଠାଇ ନିଅ ନଚେତ୍ କେସ ରଫାଦଫା କରିବା ପାଇଁ ଅଭିଯୋଗକାରୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଏନେଇ ବାରିପଦା ସହର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ସହରବାସୀ ଏହାକୁ ନାପସନ୍ଦ କରିଛନ୍ତି। ଏହି ଘଟଣାରେ ବୁଦ୍ଧିଜୀବୀ ମହଲରେ ପୋଲିସ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଘଟଣାକୁ ନେଇ ବାରିପଦା ଏସଡିପିଓ ଆଗକୁ ଏହାର ତଦନ୍ତ ହେବା ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଗକୁ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ନ୍ୟାୟ କେବେ ମିଳୁଛି ?

Leave a Reply

Your email address will not be published. Required fields are marked *