world tourism map ରେ ମୟୁରଭଞ୍ଜ : ‘ଟାଇମ୍ ମାଗାଜିନ୍’ ରେ ପାଇଲା ଶ୍ରେଷ୍ଠ ସ୍ଥାନ ..
1 min readମୟୁରଭଞ୍ଜ : ବିଶ୍ୱରେ ପ୍ରମୁଖ ‘ଟାଇମ୍ ମାଗାଜିନ୍’ ରେ ମୟୂରଭଞ୍ଜ ଜିଲ୍ଲା । ସ୍ୱତନ୍ତ୍ର ଐତିହ୍ୟ,ସବୁଜିମା ପରିବେଶ ପାଇଁ ବିଶ୍ଵ ଦରବାରରେ ଚମକିଲା ମୟୂରଭଞ୍ଜ । “ଟାଇମ୍ସ ମାଗାଜିନର ସର୍ବୋକୃଷ୍ଟ ସ୍ଥାନ ରେ “ମୟୂରଭଞ୍ଜ । ଯାହା ଓଡିଶା ସହ ସମଗ୍ର ଦେଶକୁ ଗର୍ବିତ କରିଛି । ସ୍ୱତନ୍ତ୍ର ଐତିହ୍ୟ, ସବୁଜିମା ପରିବେଶ ଆଉ କଳା ସଂସ୍କୃତି ପାଇଁ ବିଶ୍ୱର ସମ୍ମାନ ଜନକ ତଥା ନ୍ୟୁୟର୍କ ସହରରୁ ପ୍ରମୁଖ ‘ଟାଇମ’ ମାଗାଜିନରେ ପ୍ରକାଶିତ ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩ ତାଲିକାରେ ମୟୂରଭଞ୍ଜ ଜିଲ୍ଲା । ମାଗାଜିନ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ବେଲଗଡ଼ିଆ ରାଜପ୍ରସାଦ, ଶିମିଳିପାଳ ଅଭୟାରଣ୍ୟ ପରିଭ୍ରମଣ ଓ ଏହାର କଳାବାଘ, ଏସିଆନ ହାତୀ, ଐତିହାସିକ ମନ୍ଦିର, ମୟୂରଭଞ୍ଜ ଛଉ ନୃତ୍ୟ, ହସ୍ତତନ୍ତ ଡକରା ଓ ସବାଇ ହସ୍ତଶିଳ୍ପ ଇଦ୍ୟାତି ବିଷୟରେ ଉଲ୍ଲେଖ ରହିଛି।
ଏହି ଖୁସି ଖାଲି ରାଜ ପରିବାରର ଖୁସି ନୁହେଁ ସମସ୍ତ ମୟୂରଭଞ୍ଜ ଜିଲ୍ଲା ବାସୀଙ୍କ ଖୁସି ଏବଂ ଜିଲ୍ଲାର କଳା, ସଂସ୍କୃତି,ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ଆଦିବାସୀଙ୍କ ମାନଙ୍କ ପରମ୍ପରା ସହ ଆମ ମୟୂରଭଞ୍ଜର ଛଉ ନୃତ୍ୟ ପାଇଁ ଆଜି ବିଶ୍ଵ ଦରବାରରେ ମୟୂରଭଞ୍ଜ “ସର୍ବୋକୃଷ୍ଟ ସ୍ଥାନ -୨୦୨୩” “ଟାଇମ୍ ମାଗାଜିନ” ରେ ସ୍ଥାନ ପାଇଛି। ଏହି ଖୁସିରେ ମହାରାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଏହି ଖୁସିରେ ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା କୁମାରୀ ମଞ୍ଜରୀ ଭଞ୍ଜଦେଓ ଏହି ଖୁସି ଖବର ଭିଡ଼ିଓ ବାର୍ତା ଦେବା ସହ ଟ୍ୱିଟ ମାଧ୍ୟମରେ ଜିଲ୍ଲାବାସୀଙ୍କ ପାଖରେ ଖୁସି ପ୍ରକଟ କରିବା ସହ ବିଗତ ଚାରି ବର୍ଷ ପୂର୍ବରୁ ଆରମ୍ଭ କରିଥିବା ପ୍ରୟାସ ଆଜି ମୟୂରଭଞ୍ଜରେ ପର୍ଯ୍ୟଟନ ଶିଳ୍ପରେ ଅନେକ ସମ୍ଭାବନା ସୃଷ୍ଟି କରିପାରିଛି, ଓ ମୟୂରଭଞ୍ଜ ଆଜି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି, ଯାହା ଆଜି ବାସ୍ତବ ରୂପ ନେଇଛି ,ଆଗାମୀ ଦିନରେ ମୟୂରଭଞ୍ଜକୁ ବିଶ୍ୱରୁ ବହୁ ବିଦେଶୀ ପର୍ଯ୍ୟଟକ ଆସିବା ସମ୍ଭାବନା ସୃଷ୍ଟି ହୋଇଛି।
ଯାହାକି ପରୋକ୍ଷରେ ଜିଲ୍ଲାରେ ଅନେକ ରୋଜଗାର ସୃଷ୍ଟି ସହିତ କରିବା ସହ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବା ବୋଲି ରାଜକୁମାରୀ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି । ସେହିପରି ଏହି ଖୁସିରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବିଭୁଦତ୍ତ ଦାସ ଆମ ପ୍ରତିଦିନ ଗଣ ମାଧ୍ୟମ ପ୍ରତିନିଧିଙ୍କ ପାଖରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିବା ସହ ମୟୂରଭଞ୍ଜ ଜିଲ୍ଲା ହେଉଛି ମା କିଚକେଶ୍ୱରୀ ମାଟି ତେଣୁ ସମସ୍ତ ଜିଲ୍ଲା ବାସୀଙ୍କ ପାଇଁ ଆଜି ଏକ ଖୁସିର ଦିନ, ଆଗକୁ ଜିଲ୍ଲା ବାସୀଙ୍କ ପାଇଁ ଏହା ଗର୍ବର ବିଷୟ ଯେ ଆଜି ଆନ୍ତର୍ଜାତୀୟ ସ୍ତରରେ ମୟୂରଭଞ୍ଜ ଜିଲ୍ଲାରେ କଳା ,ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛଉ ନୃତ୍ୟ, ସାଙ୍ଗକୁ ଶିମିଳିପାଳ ଅଭୟାରଣ୍ୟ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଜିଲ୍ଲାର ଯୁବକ ଯୁବତୀ ଆର୍ଥିକ ବିକାଶ ହେବା ସହିତ ପର୍ୟ୍ୟଟନ କ୍ଷେତରେ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।