Pratidin TV

Odisha's Digital News Platform

ଘରେ କାହିଁକି ରଖାଯାଏ ମୟୁରପୁଚ୍ଛ , ଜାଣନ୍ତୁ ଏହାର ବିଶେଷ ଗୁଣ ..

1 min read

ଭୁବନେଶ୍ୱର : ଘରେ ମୟୁରପଙ୍ଖ ରଖିଲେ କଣ ଲାଭ ମିଳେ । ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ କଣ ରହିଛି ଏହାର ସକରାତ୍ମକ ପ୍ରଭାବ ଚାଲନ୍ତୁ ଜାଣିବା ।

ମୟୂର ପଙ୍ଖର ବହୁ ଶକ୍ତିଶାଳୀ ଏବଂ ଚମତ୍କାରୀ ଗୁଣ ରହିଛି । ପ୍ରାଚୀନ କାଳ ରୁ ଏହାର ବ୍ୟବହାର ହୋଇ ଆସିଛି । ଶାସ୍ତ୍ର ରେ ମଧ୍ୟ ଏହାର ବ୍ୟବହାର ଉଲେଖ ରହିଛି । ଭଗବାନ କୃଷ୍ଣ ମଧ୍ୟ ଏହାକୁ ନିଜ ମୁକୁଟରେ ଧାରଣ କରିଥିଲେ । ଏହି ମୟୂର ପଙ୍ଖ କୁ ବିଦ୍ୟାଦେବୀ ସରସ୍ଵତୀ, ଧନ ର ଦେବୀ ମାତା ଲକ୍ଷ୍ମୀ, ଶ୍ରୀକୃଷ୍ଣ, କାର୍ତିକ,ହନୁମାନ ସମସ୍ତ ଙ୍କ ସହିତ ଯୋଡା ଯାଇଥାଏ । ଏହି ମୟୂର ପଙ୍ଖ କୁ ଯଦି ଆପଣ ବଇଁଶି ସହ ରଖିବେ ତେବେ ସମ୍ପର୍କରେ ମଧୁରତା ଆସିଥାଏ ।

Advertisement

ଘରେ ଯଦି ନକାରାତ୍ମକ ଉର୍ଜ୍ଜା ବଢିଯାଏ ତେବେ ଏହାକୁ ଦୂର କରିବା ପାଇଁ ଏକ ମୟୂର ପଙ୍ଖ କୁ ସନ୍ଧ୍ୟା ଆଳତି ପରେ ଜୋର ଜୋର ରେ ହଲନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଥିବା ନକରାତ୍ମକ ଉର୍ଜ୍ଜା ଦୂର ହୋଇଯାଏ । ଏହାକୁ ପ୍ରତିଦିନ କରନ୍ତୁ । ଏବଂ ଯେଉଁ ଘରେ ଶକରାତ୍ମକ ଉର୍ଜ୍ଜା ଅଧିକ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । କୌଣସି ଏକ ଶୁଭଦିନ ରେ ଆପଣଙ୍କ ଘରେ ମୟୂର ପଙ୍ଖ କୁ ଏମିତି ଏକ ଜାଗା ରେ ରଖନ୍ତୁ ଯେଉଁଠି ସମସ୍ତଙ୍କ ଦୃଷ୍ଟି ପଡିବ । ଏହି ପଙ୍ଖ ସବୁ ନକାରାତ୍ମକ ଊର୍ଜା କୁ ନିଜ ଆଡକୁ ଟାଣି ନେଇଥାଏ । ମୟୂର ପଙ୍ଖ ର ଏହି ଉପାୟ ଆପଣଙ୍କ ଓ ଆପଣଙ୍କ ପରିବାର ର ସମସ୍ତଙ୍କ ଜୀବନ ରେ ମଧ୍ୟ ସୁଖ ସମୃଦ୍ଧି ଆଣିଦିଏ ।

ଘରର ସବୁ ରୁମ ରେ ଗୋଟେ ଗୋଟେ ମୟୂର ପଙ୍ଖ ରଖିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଆପଣଙ୍କର ରାହୁ ବା କାଳସର୍ପ ଦୋଷ ରହିଛି ତେବେ ପାଖରେ ମୟୂର ପଙ୍ଖ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କର ବହୁତ ଲାଭ ହୋଇଥାଏ । ଘରେ ଯଦି କୌଣସି ଶିଶୁ ବହୁତ ଜିଦ୍ଦିଆ ହୋଇଥାନ୍ତି ତେବେ ତାକୁ ମୟୂର ପଙ୍ଖ ହଲାଇ ପବନ କରାଇଲେ ତାର ଜିଦ୍ଦି ପଣ ଦୂର ହୋଇଥାଏ । ଯଦି ଆପଣଙ୍କ ମନ କୌଣସି କାରଣରୁ ଅସ୍ଥିର ରହୁଛି ବା ଅଶାନ୍ତ ରହୁଛି । ସେହି ସମୟରେ ମୟୁରପୁଚ୍ଛକୁ ଧ୍ୟାନର ସହ ଦେଖନ୍ତୁ । କିଚି ସମୟ ପରେ ଆପଣଙ୍କ ଅସ୍ଥିରତା ଦୁର ହେବାକୁ ଲାଗିବ ।

Leave a Reply

Your email address will not be published. Required fields are marked *