Pratidin TV

Odisha's Digital News Platform

(ଭିଡିଓ)ଡ୍ରପଆଉଟ୍ ଛାତ୍ରରୁ ଏମବିଏ ଚା ୱାଲା ; ଆଜି ବନିଲେ ୯୦ ଲକ୍ଷ ଟଙ୍କା ଗାଡିର ମାଲିକ , ଯୁବ ସମାଜକୁ ଦେଲେ ସଫଳତାର ମନ୍ତ୍ର …..

1 min read

ନୂଆଦିଲ୍ଲୀ : ସଫଳତା କେବେ ହାତପାହାନ୍ତାରେ ନଥାଏ । କିଛି ପାଇବାକୁ ହେଲେ ଆମକୁ ନିଜ ଲକ୍ଷ୍ୟ ସହ ଆତ୍ମବିଶ୍ୱାସକୁ ଦୃଢ କରି ଆଗକୁ ପାଦ ବଢାଇବାକୁ ପଡିବ । ସେତେବେଳେ ପାଦ ଖାଲରେ ପଡିବାରେ ଆଉ କେତେବେଳେ ଫୁଲରେ ବି ପଡିପାରେ । ସବୁ ପରିସ୍ଥିତିର ସାମ୍ନା କରି ଆଗକୁ ମାଡିଚାଲିଲେ ହିଁ ଆମେ ସଫଳତାକୁ ହାତେଇ ପାରିବା । ଏମିତି ଏକ ପ୍ରେରଣା ଦାୟକ କାହାଣୀ ଏମବିଏ ଚାଏୱାଲା । ନାଁ ତ ଆପଣମାନେ ନିଶ୍ଚିତ ଜାଣିଥିବେ । ନିଜ ପାଠପଢାକୁ ଡ୍ରପଆଉଟ୍ କରି ଚା ବିକିବା ଆରମ୍ଭ କରିଥିଲେ ।

Advertisement

ପ୍ରଥମେ ତାଙ୍କୁ ମଧ୍ୟ ବହୁତ କିଛି ସହିବାକୁ ଆଉ ଶୁଣିବାକୁ ମିଳିଥିଲା ଲୋକମାନଙ୍କପାଖରୁ । କିନ୍ତୁ ନିଜ ଆତ୍ମବିଶ୍ୱାସ ଓ ପରିବାରର ସହମତି ନେଇ ସେ ଆଗକୁ ବଢିଥିଲେ ଆଉ ଆଜି ଦୁନିଆର ବ୍ରାଣ୍ଡ କାର ମରସିଡିର ମାଲିକ ବନିଯାଇଛନ୍ତି । ସାଧାରଣତ ମସରିଡିର ଆରମ୍ଭ ୮୦ ଲକ୍ଷରୁ ହୋଇଥାଏ । ତେବେ ଏମବିଏ ଚା ୱାଲା ଯାହାଙ୍କ ପ୍ରକୃତ ନା ପ୍ରଫୁଲ ବିଲୋଇ । ଏବେ ୯୦ ଲକ୍ଷ ଟଙ୍କାର ମର୍ସିଡିଜ୍ କିଣି ଚର୍ଚ୍ଚାରେ । ଚିତ୍ର ସେୟାର କହିଲେ ସଫଳତାର ମନ୍ତ୍ର । ପ୍ରଫୁଲ୍ଲ ବିଲୋର, ଏମବିଏ ୱାଇ ୱାଲା ଭାବରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ହୋଇପାରିଛନ୍ତି । ଯିଏ ତାଙ୍କ ପ୍ରେରଣାଦାୟକ ଜୀବନ କାହାଣୀ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇଥିଲେ ।

୨୦୧୭ ମସିହାରେ, ଏହି ଏମବିଏ ଡ୍ରପଆଉଟ୍ ଆଇଆଇଏମ୍‌-ଅହମ୍ମଦାବାଦ ସାମ୍ନାରେ ନିଜର ଚା ଷ୍ଟାଣ୍ଡ ଖୋଲିବାକୁ ସ୍ଥିର କଲେ ଏବଂ ଏହା ପରେ ସେ ଆଉ ପଛକୁ ଚାହିଁଲେ ନାହିଁ । ଯେତେବେଳେ ତାଙ୍କର ଷ୍ଟାର୍ଟ ଅପ୍ ସଫଳ ହେବାକୁ ଲାଗିଲା ସେତେବେଳେ ସେ ଧୀରେ ଧୀରେ ସଫଳତାର ପାହାଚ ଉପରକୁ ଚଢିଗଲେ । ବର୍ତମାନ ‘MBA Chai Wala’ ଏକ ବ୍ରାଣ୍ଡ ନାମରେ ପରିଣତ ହୋଇଛି ଏବଂ ଏହାର ଅନେକ ରେଷ୍ଟୁରାଂଟ ମଧ୍ୟ ଚାଲିଛି । ପ୍ରଫୁଲ୍ଲ ବିଲୋର ପୁଣି ଥରେ ସୋସିଆଲ ମିଡିଆରେ ହେଡଲାଇନ ହୋଇଛନ୍ତି । ଏହାର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ପ୍ରଫୁଲ୍ଲ ୯୦ ଲକ୍ଷ ଟଙ୍କା ମୂଲ୍ୟର ମର୍ସିଡିଜ କିଣିଛନ୍ତି ଏବଂ ସୋସିଆଲ ମିଡିଆରେ ଏକ ଚିତ୍ର ପୋଷ୍ଟ କରି ନିଜ ଖୁସି ବାଂଟିଛନ୍ତି । ଏହି ଚିତ୍ରରେ ସେ ନିଜ ପରିବାର ସହିତ ମର୍ସିଡିଜ୍ ଶୋ’ରୁମରେ କିଣିବା ଏବଂ ଉତ୍ସବ ପାଇଁ କେକ୍ କାଟିଥିବାର ମଧ୍ୟ ଦେଖିବାକୁ ମିଳିଛି । ଭିଡିଓରେ ଏକ ଲେଖା ମଧ୍ୟ ଅଛି, ଯାହା ଏକ ସଫଳ ମନ୍ତ୍ର ପରି, ଯାହା ହେଉଛି, “ବିଲୋର ବ୍ରଦର୍ସ .. ଏମବିଏ ଚାୱାଲା .. ବିଜନକୁ ହୋଡ କରନ୍ତୁ, ପ୍ରୋସେସ ଉପରେ ଭରସା କରନ୍ତୁ ।

https://www.instagram.com/p/CoeHcsRDY30/
https://www.instagram.com/p/CojxJRUDi_V/

Leave a Reply

Your email address will not be published. Required fields are marked *