Pratidin TV

Odisha's Digital News Platform

ଏମସିଏ ପାଠ ପଢି କାହିଁକି ସାଜିଲେ ବସ୍ କଣ୍ଟକ୍ଟର..

1 min read

ପାଠୁଆ କଣ୍ଡକ୍ଟର । ଏମ୍‌ସିଏ ପାଠ ପଢ଼ିଛନ୍ତି ହେଲେ ଏବେ କଣ୍ଡକ୍ଟର ସାଜି ଲୋକଙ୍କ ଟିକେଟ କାଟୁଛନ୍ତି । ଏ ହେଉଛନ୍ତି ହିମାଚଳ ପ୍ରଦେଶର ମଣ୍ଡି ସହରର ବାସିନ୍ଦା ମିନୁ ଶର୍ମା । ଆଜି ପରିବାର ର ପରିସ୍ଥିତି ଯୋଗୁ ନିଜ ସ୍ୱପ୍ନକୁ ପଛରେ ପକାଇ ସାଜିଛନ୍ତି କଣ୍ଡକ୍ଟର । ଏଚ୍‌ଆର୍ଟିସି ବସ୍‌ରେ କଣ୍ଡକ୍ଟର ଭାବେ କାମ କରୁଛନ୍ତି । ମିନୁ ଖୋ-ଖୋରେ ତିନିଥର ଏବଂ ଥରେ ହକିରେ ଜାତୀୟ ସ୍ତରରେ ଖେଳିଛନ୍ତି । ସେ ୨୦୦୫ରୁ ୨୦୨୪ ପର୍ଯ୍ୟନ୍ତ ଅନେକ ଘରୋଇ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ମିନୁ କହିଛନ୍ତି, ପାରିବାରିକ ପରିସ୍ଥିତି ହେତୁ ସେ ଅନେକ ଥର ସରକାରୀ ଚାକିରି ପାଇଁ ଆବେଦନ କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ । ଶେଷରେ ସେ କ୍ରୀଡ଼ା କୋଟାରେ ଏଚ୍‌ଆର୍ଟିସିରେ କଣ୍ଡକ୍ଟର ଚାକିରି ପାଇଲେ ।ମିନୁ କୁହନ୍ତି, ମହିଳା କର୍ମଚାରୀଙ୍କ ସୁବିଧା ପାଇଁ ସରକାର ଏବଂ ନିଗମ ପରିଚାଳନାକୁ ଅନେକ କାର୍ଯ୍ୟ କରିବାକୁ ପଡ଼ିବ, କାରଣ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ କେବଳ ପୁରୁଷଙ୍କ ଦ୍ୱାରା କରାଯାଉଥିଲା ଏବଂ ସେମାନଙ୍କ ଅନୁଯାୟୀ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ସେ କହିଛନ୍ତି, ନିର୍ମାଣ ହୋଇଥିବା ବିଶ୍ରାମ କକ୍ଷରେ ମହିଳାମାନଙ୍କ ବିଶ୍ରାମ ପାଇଁ କୌଣସି ପୃଥକ୍ ବ୍ୟବସ୍ଥା ନାହିଁ । ଏହାପୂର୍ବରୁ ଯେତେବେଳେ ସେ ଘରୋଇ କମ୍ପାନୀରେ କାମ କରୁଥିଲେ, ସେଠାରେ ମହିଳାମାନଙ୍କ ପାଇଁ ଅଲଗା ସୁବିଧା ଥିଲା । ଯଦିଓ ଚ୍ୟାଲେଞ୍ଜଗୁଡ଼ିକ ମଧ୍ୟ ସେଠାରେ ଥିଲା । କିନ୍ତୁ ନିଗମ ପରିଚାଳନା ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।ସୂଚନାଯୋଗ୍ୟ ଯେ ମେନୁ ଏମସିଏ ପାସ ଏବଂ ଚାରିଥର ଜାତୀୟ ଖେଳିଛନ୍ତି । ହକି ବ୍ୟତୀତ ସେ ଖୋ-ଖୋରେ ଜାତୀୟ ଖେଳିଛନ୍ତି ।

Advertisement

ସତରେ ସଂଘର୍ଷ ଯେମିତି ତା’ର ପିଛା ଛାଡି ନଥାଏ । ହେଲେ ସଂଘର୍ଷରୁ କେମିତି ସଫଳତା ଲାଭ କରିହୁଏ, ସେ କଳା କୌଶଳ ଆଜିର ନାରୀଙ୍କୁ ବେଶ୍ ଜଣା । ଦୃଢ ମନୋବଳରେ ବଳୀୟାନ ହୋଇ ସେ ଆଗକୁ ବଢିଥାଏ । ଝୁଣ୍ଟିଥାଏ ସତ, କିନ୍ତୁ ହାରି ନଥାଏ । ଶେଷରେ ସେ ନିଶ୍ଚୟ ସଫଳତା ପାଇଥାଏ ।ଝିଅ ବା ନାରୀ ଚାହିଁଲେ କିଛି ବି କରିପାରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ମିନୁ ।

Leave a Reply

Your email address will not be published. Required fields are marked *