Pratidin TV

Odisha's Digital News Platform

ଦିଲ୍ଲୀ କୋଚିଂ ସେଣ୍ଟରରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୁଡ୍‌ରେ MCD, ୧୩ କୋଚିଂ ସେଣ୍ଟର ସିଲ୍‌

1 min read

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ରାଓ ଆଇଏଏସ୍‌ କୋଚିଂ ସେଣ୍ଟର ବିଲ୍ଡିଂର ତଳ ମହଲାରେ ପାଣି ହୋଇଯିବାରୁ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁଘଟିଛି। ସମସ୍ତ ୩ ଛାତ୍ର ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଅଧିକାରୀ କହିଛନ୍ତି ଯେ, ୩ ଜଣଙ୍କ ମୃତଦେହ ତଳ ମହଲାରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଗୋଟିଏ ଦିନ ପରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ପୁରୁଣା ରାଜିନ୍ଦର ନଗର ଅଞ୍ଚଳରେ ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରିଛି; ଯାହା ନିୟମ ଉଲ୍ଲଂଘନ କରିଛି।

ବିଳମ୍ବିତ ରାତି ପର୍ଯ୍ୟନ୍ତ ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। ଏଥିରେ ଆଇଏଏସ୍ ଗୁରୁକୁଲ, ଚାହଲ ଏକାଡେମୀ, ପ୍ଲୁଟସ୍ ଏକାଡେମୀ, ସାଇ ଟ୍ରେଡିଂ, IAS ସେତୁ, ଟପର୍ସ ଏକାଡେମୀ, ଦୈନିକ ସମ୍ବାଦ, ସିଭିଲ୍ସ ଦୈନିକ IAS, କ୍ୟାରିୟର ପାୱାର, 99 ନୋଟ୍, ବିଦ୍ୟା ଗୁରୁ, ଗାଇଡେନ୍ସ IAS ଏବଂ ‘ଇଜି ଫର୍‌ IAS’ ସାମିଲ ଅଛି। ନିୟମ ଉଲ୍ଲଂଘନ କରି ବେସମେଣ୍ଟରେ ଏହି ସମସ୍ତ କୋଚିଂ ସେଣ୍ଟରଗୁଡିକ ପରିଚାଳନା କରାଯାଉଥିଲା। ‍ଏଥସହ RAU’S IAS କୋଚିଂ ସେଣ୍ଟର୍‌ରେ କିପରି ବର୍ଷା ଚଳ ପଶିଲା ସେ ନେଇ ତଦନ୍ତ ଜାରି ରହିଛି ବୋଲି ମେୟର୍‌ କହିଛନ୍ତି।

ତେବେ ମୃତ ଛାତ୍ରୀଙ୍କ ନାମ ତାନିଆ ସୋନି (ତେଲେଙ୍ଗାନା), ଶ୍ରେୟା ଯାଦବ (ୟୁପି) ଏବଂ ନେଭିନ ଡାଲଭିନ (କେରଳ) ବୋଲି ଜଣାପଡ଼ିଛି। ଦିଲ୍ଲୀ ଅଗ୍ନିଶମ ବିଭାଗ (ଡିଏଫ୍‌ଏସ୍‌) ଅନୁଯାୟୀ, ଶନିବାର ସନ୍ଧ୍ୟାରେ ରାଓ ଆଇଏଏସ୍‌ ଷ୍ଟଡି ସେଣ୍ଟର କୋଚିଂରେ ଜଳ ନିଷ୍କାସନ ସମ୍ପର୍କରେ ସୂଚନା ମିଳିଥିଲା। କଲ୍‌ କରୁଥିବା ବ୍ୟକ୍ତି କହିଛନ୍ତି ଯେ, ସେଠାରେ କିଛି ଲୋକ ଫସି ରହିବାର ସମ୍ଭାବନା ରହିଛି। ସମଗ୍ର ବେସମେଣ୍ଟ କିପରି ପାଣିରେ ଭରିଗଲା ତାହାର ଅନୁସନ୍ଧାନ କରାଯାଉଛି।

Leave a Reply

Your email address will not be published. Required fields are marked *