Pratidin TV

Odisha's Digital News Platform

ମିଳିଲାନି ଟିକେଟ ଜୀବନ ହାରିଦେଲେ MDMK ସାଂସଦ ଏ ଗଣେଶମୂର୍ତ୍ତି

1 min read

ପରଲୋକରେ ତାମିଲନାଡୁର MDMK ସାଂସଦ ଏ ଗଣେଶମୂର୍ତ୍ତି | ଆଜି ଭୋର ୫ଟା ବେଳେ ଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ଟିକେଟ ନ ମିଳିବାରୁ ଜୀବନ ହରିବାର ଉଦ୍ୟମ କରିଥିଲେ | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ଲୋକସଭା ନିର୍ବାଚନ ଟିକେଟ ନ ମିଳିବାରୁ ରବିବାର ଦିନ ସେ ନିଜ ଜୀବନ ହାରିବାକୁ କରିଥିଲେ ଉଦ୍ୟମ |

ଅଭିଯୋଗ ଅନୁଯାୟୀ, ଗତ ରବିବାର ଏ ଗଣେଶମୂର୍ତ୍ତି କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଇରୋଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋଏମ୍ବାଟୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା। ଆଉ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Advertisement

ମାତ୍ର ୭୬ ବର୍ଷ ବୟସରେ ଜୀବନ ହାରିଛନ୍ତି ସାଂସଦ | ଗଣେଶମୂର୍ତ୍ତିଙ୍କ ଦେହାନ୍ତ ପରେ ତାମିଲନାଡୁର ରାଜନୀତିରେ ଶୋକର ଛାୟା ଖେଳିଯାଇଛି | ଇରୋଡ ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନର ସାଂସଦ ରହିଥିଲେ ଏ ଗଣେଶମୂର୍ତ୍ତି | ୨0୧୯ ଲୋକସଭା ନିର୍ବାଚନରେ ସେ ଡିଏମ୍‌କେ ଟିକେଟରେ ବାଜିମାତ ମାରିଥିଲେ |

ଚଳିତବର୍ଷ ଲୋକସଭା ନିର୍ବାଚନ ଲଢ଼ିବାକୁ ଦଳ ତାଙ୍କୁ ଟିକେଟ ଦେଇନଥିଲା | ଏଥିରେ ନିରାଶ ହୋଇ ସେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ | ୩ ଦିନ ଧରି କୋଏମ୍ବାଟୁର ଏକ ଘରୋଇ ହସ୍ପିଟାଲରେ ଚିକତ୍ସା ଜାରି ରହିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ହ୍ରୁତଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଥିଲେ |

Leave a Reply

Your email address will not be published. Required fields are marked *