Pratidin TV

Odisha's Digital News Platform

ଡିପ୍‌ ଫେକ୍‌ ଫସିଲେ ମେଦାନ୍ତ ଚେୟାରମ୍ୟାନ୍‌…ଔଷଧ ଖାଆନ୍ତୁ ଓଜନ କମାନ୍ତୁ ଭିଡ଼ିଓ ହେଲା ଭାଇରାଲ

1 min read

ଏବେ ଡିପ ଫେକ ଜାଲରେ ସବୁ ବଡ ବଡ ତାରକା | ବଲିଉଡରୁ ଆରମ୍ଭ କରି କ୍ରିକେଟ ଏପରିକି ରାଜନେତା ଡିପ ଫେକରୁ ବାଦ ପଡ଼ିନାହାନ୍ତି | ଏବେ ଡିପ ଫେକ ଜାଲରେ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ | ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଚେୟାରମ୍ୟାନଙ୍କ ଡିପ ଫେକ ଭିଡ଼ିଓ |

ସୂଚନା ଅନୁଯାୟୀ, ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍‌ ଡଃ.ନରେଶ ତ୍ରେହାନଙ୍କ ଡିପ ଫେକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି | ଯେଉଁଥିରେ ଡଃ.ନରେଶ ଗୋଟେ ଔଷଧର ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା | ତେବେ ପ୍ରକୃତରେ ଡଃ.ନରେଶ ଏପରି କିଛି ଔଷଧର ପ୍ରଚାର କରିନାହାନ୍ତି ବୋଲି କହିଥିଲେ |

Advertisement

ସେହି ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ, ଡଃ.ନରେଶ ଓଜନ କମାଇବା ପାଇଁ ଏକ ଔଷଧର ପ୍ରଚାର କରୁଛନ୍ତି | ଏହାପରେ ଏହି ଭିଡ଼ିଓ ବହୁ ପରିମାଣରେ ସେୟାର ହୋଇଥିଲା | ଏହି ଡିପ ଫେକ ଭିଡ଼ିଓରେ ସାଧାରଣ ଲୋକଙ ଏବଂ ରୋଗୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଛି | ଏହା ସହ ଚେୟାରମ୍ୟାନ୍‌ ଡଃ.ନରେଶଙ୍କ ଛବି କୁ ଖରାପ କରିବା ଉଦ୍ୟମ ପାଇଁ ଅଭିଯୋଗ କରାଯାଇଛି | ଡାକ୍ତରୀ ଚିକିତ୍ସାର ଏକ ନକଲି ଭିଡିଓ ତିଆରି କିର ସୋଶାଲ ମିଡିଆରେ ଏହାକୁ ଭାଇରାଲ କରିବାକୁ ନେଇ ମେଦାନ୍ତ ହସ୍ପିଟାଲ ତରଫରୁ ଅଭିଯୋଗ ହେବା ପରେ ଗୁରୁଗ୍ରାମର ସାଇବର କ୍ରାଇମ ଥାନା ପୁଲିସ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ସେହି ଭିଡ଼ିଓ ସବୁ ସୋସିଆଲ ମିଡ଼ିଆ ସାଇଟରୁ ହଟାଇବା ପାଇଁ ଦାବି କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କହିଛନ୍ତି |

Leave a Reply

Your email address will not be published. Required fields are marked *