Pratidin TV

Odisha's Digital News Platform

ରାମୋଜୀ ରାଓଙ୍କ ପରଲୋକରେ ଦୁଃଖିତ ହେଲେ ନବୀନ ଓ ମୋଦି, ସୋସିଆଲ ମିଡିଆରେ କଲେ ପୋଷ୍ଟ

1 min read

ରାମୋଜୀ ଫିଲ୍ମ ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ୩ଟା ୪୫ ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଛି | ତେବେ ତାଙ୍କ ଦେହାନ୍ତ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ X ହ୍ୟାଣ୍ଡେଲ ରେ ଲେଖିଛନ୍ତି, “ଦୂରଦୃଷ୍ଟିସମ୍ପନ୍ନ ତଥା ଆଇକନିକ୍ ମିଡିଆ ବ୍ୟକ୍ତିତ୍ୱ ରାମୋଜି ରାଓଙ୍କ ଦେହାନ୍ତରେ ଗଭୀର ଦୁଃଖିତ | ତାଙ୍କର ଉତ୍ସର୍ଗୀକୃତତା ଏବଂ ଅଭିନବତା ସାମ୍ବାଦିକତା ଏବଂ ଗଣମାଧ୍ୟମରେ ଏକ ସ୍ମରଣୀୟ ଉତ୍ତରାଧିକାରୀ ଛାଡିଛି | ତାଙ୍କ ଜୀବନ ଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣା | ଓମ୍ ଶାନ୍ତି”

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଓ ରାମୋଜୀଙ୍କର ଫଟୋ ପୋଷ୍ଟ୍‌ କରି ଏକ୍ସ ରେ ଲେଖିଛନ୍ତି ‘‘ଶ୍ରୀ ରାମୋଜି ରାଓ ଗାରୁଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏକି ଭାରତୀୟ ଗଣମାଧ୍ୟମରେ ବିପ୍ଳବ ଆଣିଥିଲେ। ତାଙ୍କର ସମୃଦ୍ଧ ଅବଦାନ ସାମ୍ବାଦିକତା ତଥା ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ରଖିଛି। ତାଙ୍କର ଉଲ୍ଲେଖନୀୟ ଉଦ୍ୟମ ମାଧ୍ୟମରେ ସେ ନୂତନତା ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଥିଲେ। ରାମୋଜି ରାଓ ଗାରୁ ଭାରତର ବିକାଶ ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ। ମୁଁ ତାଙ୍କ ସହ ଯୋଗାଯୋଗ କରିବାର ଏବଂ ତାଙ୍କ ଜ୍ଞାନରୁ ଉପକୃତ ହେବାର ଅନେକ ସୁଯୋଗ ପାଇଥିବାରୁ ଭାଗ୍ୟବାନ୍। ଏହି କଷ୍ଟ ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କୁ ସମବେଦନା ଜଣାଉଛି। ଓମ୍ ଶାନ୍ତି।”

Leave a Reply

Your email address will not be published. Required fields are marked *