Pratidin TV

Odisha's Digital News Platform

ଗଣମାଧ୍ୟମକୁ ସ୍କୁଲ କ୍ୟାମ୍ପସ୍ ମନା : ଅପରାଜିତାଙ୍କ ର୍ଟାଗେଟରେ ମନ୍ତ୍ରୀ

1 min read

ଭୁବନେଶ୍ୱର : ସ୍କୁଲ କ୍ୟାମ୍ପସ ଭିତରକୁ ଗଣମାଧ୍ୟମର ପ୍ରବେଶକୁ ରୋକିବା ପାଇଁ ଡିଇଓ ଚିଠି । ଢେଙ୍କାନାଳ ଜିଲ୍ଲା କଙ୍କଡହାଡ ବ୍ଲକ ଶିକ୍ଷାଧିକାରୀ ଏନେଇ ବ୍ଲକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି ।ତେବେ ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍ ଭିତରେ ପଶି ପିଲଙ୍କୁ କୌଣସି ପ୍ରଶ୍ନ ପଚାରି ପାରିବନି ଗଣମାଧ୍ୟମ ପ୍ରତିନିଧି । କିଛି ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ଧରି ସ୍କୁଲ ଭିତରକୁ ପ୍ରବେଶ କରିବା ସହ ପିଲା ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଏହା ଟିଭି ଓ ୱେବ ପ୍ରଦର୍ଶିତ ମଧ୍ୟ ହେଉଛି ।
ତେଣୁ ଏହାକୁ ଗୁରୁତର ଭାବେ ଗ୍ରହଣ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ କୌଣସି ଗଣମାଧ୍ୟମକୁ ଡିଇଓଙ୍କ ବିନା ଅନୁମତିରେ ପ୍ରବେଶ ନିଷେଧ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗ ଉପରେ ଜବାବ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କିଛି ସ୍ଥାନରେ ଗଣମାଧ୍ୟମର ଭୂମିକା ଅନାବଶ୍ୟକଠାରୁ ଅଧିକ ରହିଛି । ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ଛଡା ଅନେକ ଗୁଡିଏ ୱେବ ଚ୍ୟାନେଲ୍ ଅଛନ୍ତି ଯେଉଁମାନେ ଅନାବଶ୍ୟକ ଭାବେ ପିଲା ଓ ଶିକ୍ଷକଙ୍କୁ ହଇରାଣ କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଡିଇଓ ମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ ସମୀର ଦାସ ।
ଏସବୁ ଶୁଣି ପ୍ରତିକ୍ରିୟାରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ସଡଙ୍ଗି ମତପ୍ରକାଶ କରି କହିଛନ୍ତି ଯେ ‘ଏବେ ସରକାର ଯେଉଁ ନିର୍ଦ୍ଦେଶାନାମା ଦେଇଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ ’ । ସାମ୍ବାଦିକଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା । ସ୍କୁଲ ଭିତରେ କ’ଣ ଭୁଲ ,ଠିକ୍ ହେଉଛି ତାହାକୁ ପଦାକୁ ଆଣିବା ସାମ୍ବାଦିକର ଅଧିକାର । ଏଭଳି କରି ସରକାର ସାମ୍ବାଦିକଙ୍କ ଗଣତାନ୍ତ୍ରିକ ଅଧିକାରରେ ବାଧା ଦେଉଛନ୍ତି । ଆଉ ମଧ୍ୟ କହିଛନ୍ତି ଯେ ସେ ଶିକ୍ଷା ସଚିବ ଥିବା ବେଳେ ସ୍କୁଲ୍‌କୁ ନୋ ପନିସ୍‌ମେଣ୍ଟ ଜୋନ୍ କରାଯାଥିଲେ , ସେ ନିୟମର ଉଲ୍ଲଙ୍ଘନ ହେଲେ ସାମ୍ବାଦିକଙ୍କୁ ଜଣାଇବାକୁ କହିଥିଲେ – ଅପରାଜିତା ।

Advertisement

Leave a Reply

Your email address will not be published. Required fields are marked *