Pratidin TV

Odisha's Digital News Platform

ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା; ବିଜେପିର ୧୨ ଘଣ୍ଟିଆ ବେଙ୍ଗଲ ବନ୍ଦ ଡାକରା

1 min read

କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିକରି ମଙ୍ଗଳବାର ଅପରାହ୍ନରେ ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ‘ନବାନ୍ନ’ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ଛାତ୍ର ସଂଗଠନ ‘ପଶ୍ଚିମବଙ୍ଗ ଛାତ୍ର ସମାଜ’ ଏବଂ ଅସନ୍ତୁଷ୍ଟ ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ ‘ସଂଗ୍ରାମୀ ଯୌଥ ମଞ୍ଚ’ ପକ୍ଷରୁ ନବାନ୍ନ ଅଭିଯାନ ବିଭିନ୍ନ ସ୍ଥାନରୁ ବାହାରିଥିଲାବେଳେ ଏହା ହିଂସାତ୍ମକ ସଂଘର୍ଷର ରୂପ ନେଇଛି। ହାଓଡ଼ା ମଇଦାନ ଅଞ୍ଚଳର ଜି.ଟି. ରୋଡ୍‌ଠାରେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଛି। ସଂଘର୍ଷରେ ହାଓଡ଼ା କମିଶନରେଟ୍‌ ପୋଲିସର ଚଣ୍ଡିତାଲା ଥାନା ଭାରପ୍ରାପ୍ତ ଅଧିକାରୀ ଆହତ ହୋଇଛନ୍ତି। ପୋଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି।

ଭୀଷଣ ରୂପ ନେଉଛି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରିଛି ବିଜେପି। ଏହାକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଶ୍ଚିମବଙ୍ଗରେ ବନ୍ଦ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୋଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ଡାକରା ଦେଇଛି। ପଶ୍ଚିମବଙ୍ଗ ବନ୍ଦ ପାଳନ ବେଳେ ଦୋକାନବଜାର ବନ୍ଦ ରଖିବାକୁ ଡାକରା ଦେଇଛି ବିଜେପି । କେବଳ ଆତ୍ୟାବଶ୍ୟକ ସେବା ଜାରି ରହିବ ବୋଲି କୁହାଯାଇଛି। ଅନ୍ୟପଟେ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ। ସମସ୍ତେ ଅଫିସ ଆସିବାକୁ ଅପିଲ୍ କରିଛନ୍ତି ମମତା ବାନାର୍ଜୀ ।

Advertisement

Leave a Reply

Your email address will not be published. Required fields are marked *