Pratidin TV

Odisha's Digital News Platform

ବାପାଙ୍କୁ ‘ଆଇ ଲଭ୍ ୟୁ’ କହି ଜୀବନ ହାରିଲେ ଡାକ୍ତରୀ ଛାତ୍ର , ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ

ବାଲେଶ୍ୱର : ବାପାଙ୍କୁ ଆଲିଙ୍ଗନ କଲା ଆ ଲଭ୍ ୟୁ କହିଲା ଆଉ ତା ପରେ ଜୀବନ ହାରିଦେଲା ଏକଥା ଶୁଣିବାକୁ ହୁଏତ ଟିକେ ଅଜିବ୍ ଲାଗୁଥିବ ହେଲେ ଏମିତି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ଶେଷ ଥର ବାପାଙ୍କୁ କୁଣ୍ଡାଇ ଆଇ ଲଭ ୟୁ କହିଥିଲା ପୁଅ । କିଏ ଜାଣିଥିଲା ବାପା ନିଜ ଏକମାତ୍ର ପୁଅକୁ ଆଉ କେବେ କୁଣ୍ଡାଇପାରିବେନି କି ଖୁସିରେ ତା ମୁଣ୍ଡକୁ ଆଉଁସି ପାରିବେନି ।ବାପା ଭାବିଥିଲେ ସ୍ନେହରେ ପୁଅ ତାଙ୍କୁ କୁଣ୍ଡେଇ ଗେଲ୍ଲ କରୁଛି । କେହି ଜାଣିପାରିଲେନି ଦୁନିଆ ଛାଡିବା ପୂର୍ବରୁ ବାପାଙ୍କୁ ଇଏ ଥିଲା ଶେଷ ଆଲିଙ୍ଗନ ।

ଘର ମୁରବି ଯଦି ଭାଙ୍ଗି ପଡିବେ ତେବେ ଅନ୍ୟମାନଙ୍କ ଅବସ୍ଥା ଏବେ କଣ ହେବ ଏଇୟା ଭାବି ପୁଅର ମୃତ୍ୟୁ ପରେ ବାପା ଛାତିରେ ପଥର ଲଦି ଗଣମାଧ୍ୟମ ଆଗରେ ଗୋଟି ଗୋଟି କରି ସବୁ କହୁଛନ୍ତି । ଶେଷ ଥର ପୁଅ ସହ କଥା ହୋଇଥିଲେ ବାପା। ବାପା ଆଇ ଲଭ ୟୁ କହି କୁଣ୍ଡାଇ ପକାଇଲା ପୁଅ ବାପା ବି ବୁଝି ପାରିଲେନି ପୁଅ କାହିଁକି ଆଜି ତାଙ୍କୁ କୁଣ୍ଢାଇ ଗେହ୍ଲ କରୁଛି । ବାପାଙ୍କ ଆଖିରେ ଲୁହ ସିନା ନାହିଁ କିନ୍ତୁ ହୃଦୟ ଫାଟି ପଡୁଛି । ସବୁ ଯନ୍ତ୍ରଣାକୁ ଛାତିରେ ଚାପି ଗଣମାଧ୍ୟମକୁ ମୃତ ପୁଅ ସମ୍ପର୍କରେ କହୁଛନ୍ତି । ବାଲେଶ୍ୱର ଫକିର ମୋହନ କଲେଜରେ ପାଠ ପଢୁଥିଲେ ପୁଅ ହିତାସ୍ନ ଦାସ । ବାପାଙ୍କ କହିବା କଥା ଶାନ୍ତ ଓ ସରଳ ଶୋଭାବର ଥିଲା ପୁଅ । ଲାଜରେ କହାକ କିଛି କୁହେନି । ଭିମପୁଅ ଗାଁର ହିତେସ୍ନୁ ତୃତୀୟ ବର୍ଷର ଛାତ୍ର ଥିଲେ । କିନ୍ତୁ ଛାତରୁ ଡେଇଁ ଜୀବନ କାହିଁକି ହାରିଲା ବୋଲି ପ୍ରଶ୍ନ ଉଙ୍କି ମାରୁଛି ବର୍ତ୍ତମାନ ସଭିଙ୍କ ମନରେ ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି। ମୃତକ ହେଲେ ହିତେଷ୍ଣୁ ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଭୀମପୁର ଗାଁରେ। ହିତେଷ୍ଣୁ ଛାତର କେମିତି ପଡ଼ିଲେ ତାହା ଜଣାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ହିତେଷ୍ଣୁ ରେମୁଣା ଗୋଲେଇସ୍ଥିତ ଫକୀରମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ । ସେ ହଷ୍ଟେଲରେ ରହୁଥିଲେ। କିଛି ଦିନ ହେବ ସେ ମାନସିକ ଅବସାଦ ମଧ୍ୟରେ ରହୁଥିବା ତାଙ୍କ ସାଙ୍ଗମାନେ ତଥା ପରିବାର ଲୋକେ କହିଛନ୍ତି।
ଗତକାଲି ମଧ୍ୟ ହିତେଷ୍ଣୁ ଚିନ୍ତିତ ଦେଖାଯାଉଥିଲେ। ତେଣୁ ସାଙ୍ଗମାନେ ତାଙ୍କୁ ବୁଝାବୁଝି କରିଥିଲେ। ତେବେ ରାତି ପ୍ରାୟ ଗୋଟଏ ବେଳେ ହଷ୍ଟେଲ ପାଖରେ ଥିବା ଏକ ତାଲା ବିଶିଷ୍ଟ କୋଠାରୁ କିଛି ପଡ଼ିବାର ଶବ୍ଦ ଶୁଣାଯାଇଥିଲା। ହଷ୍ଟେଲ ପିଲାମାନେ ଧାଇଁ ଆସିଲା ବେଳକୁ ହିତେଷ୍ଣୁ ତଳେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ତାକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ହିତେଷ୍ଣୁ ନିଜର ଶେଷ ନିଶ୍ୱାସ ଛାଡିଦେଇଥିଲେ ।

ହିତେଷ୍ଣୁଙ୍କ ବାପା ବାଲେଶ୍ୱର ଏସ୍ପି ଅଫିସରେ ହେଡ କ୍ଲର୍କ ଭାବେ କାମ କରୁଥିଲେ । ଗତ ବର୍ଷ ସେ ଅବସର ନେଇ ସାରିଛନ୍ତି। ଆଉ ୨ ବର୍ଷ ପରେ ପୁଅ ଡାକ୍ତର ହେବ ବୋଲି ସ୍ୱପ୍ନ ଦେଖୁଥିବା ବାପା ପୁଅର ମୃତ୍ୟୁ ଖବର ଶୁଣି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।ହିତେଷ୍ଣୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଦେଖାଦେଇଛି। ଏହା ଏକ ଆତ୍ମହତ୍ୟା ଘଟଣା ନା ଏହା ପଛରେ ଆଉ କିଛି କାରଣ ଅଛି ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ୍। ତେବେ କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କିଛି ବି କହିବାକୁ ମନା କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *