ଲାଜକୁଳୀ ଲତାର ରହିଛି ଔଷଧୀୟ ଗୁଣ, ଭଲ ହୁଏ ବଡ ବଡ ରୋଗ…
1 min readଆପଣମାନେ ଲାଜକୁଳି ଲତା ନିଶ୍ଚିତ ଦେଖିଥିବେ । ଯାହାକୁ ଛୁଇଁ ଦେଲା ମାତ୍ରକେ ସେ ଆପେ ଆପେ ସଂକୁଚିତ ହୋଇଯାଏ । ଏହାର ପତ୍ର ସାଧାରଣତଃ ତେନ୍ତୁଳି ଗଛର ପତ୍ର ପରି ଦେଖାଯାଏ । ଏହି ଲାଜକୂଳି ଲତା କଣ୍ଟା ଜାତୀୟ ହୋଇଥିବାରୁ ବିଲ କିମ୍ବା ବଗିଚାରେ ଏହା ମାଡିଗଲେ ତାକୁ ଉପାଡି ଫୋପାଡି ଦିଆଯାଏ । କିନ୍ତୁ ଆପଣମାନେ ଜାଣନ୍ତି କି ଲାଜକୁଳି ଲତାରେ ମଧ୍ୟ ରହିଛି ଔଷଧୀୟ ଗୁଣ । ଏହାର ପତ୍ର ରେ ଆଣ୍ଟି ଭାଇରାଲ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଛି । ଆୟୁର୍ବେଦିକ ଅନୁସାରେ ଏହି ଗଛକୁ ପୂର୍ବରୁ ଜଡି ବୁଟୀ ଭାବେ ବ୍ୟବହାର କରାଯାଉଥିଲା । ତେବେ ଆସନ୍ତୁ ଜାଣିବା ଏହା କେଉଁ ରୋଗ ଭଲ କରିବାରେ ସହାୟକ ହୋଇଥାଏ ।
ଡାଇବେଟିସ ବା ମଧୁମେହ ରୋଗ ଦୂର କରିବା ପାଇଁ ଏହି ପତ୍ର ବ୍ୟବହାର କରାଯାଏ । ଏହି ପତ୍ର ଶରୀରରେ ବଢୁଥିବା ଉଚ୍ଚ ରକ୍ତ ଶର୍କରା ର ସ୍ତର କୁ ହ୍ରାସ କରିଥାଏ । ଏଥିପାଇଁ ୩୦୦ ଗ୍ରାମ ପାଣି ରେ ୧୦୦ ଗ୍ରାମ ଲାଜକୁଳୀ ପତ୍ର ଭିଯାଇ ସେବନ କରନ୍ତୁ । ଏହାବ୍ୟତୀତ ଡାଇରିଆ ଓ ଆସ୍ଥାମା ସମସ୍ୟା ପାଇଁ ଏହି ପତ୍ରର ବ୍ୟବହାର ବହୁତ ଲାଭଦାୟକ ଅଟେ । ଯଦି କାହାର ପାଇଲ୍ସ ସମସ୍ୟା ଥାଏ ସେମାନଙ୍କୁ ଲାଜକୁଳୀ ପତ୍ର ବ୍ୟବହାର କରିବା ଉଚିତ । ଏଥିପାଇଁ ଲାଜକୁଳୀ ପତ୍ରର ରସ ବାହାର କରି ଦହି ସହ ମିଶାଇ ଖାଇଲେ ପାଇଲ୍ସ ରୋଗରୁ ଉପସମ ମିଳିଥାଏ । ଏହି ପତ୍ରରେ କଫ ଦୂର କରିବାରେ କ୍ଷମତା ରହିଥାଏ । ଜଣ୍ଡିସ ରୋଗ ପାଇଁ ଲାଜକୁଳୀ ପତ୍ର ର ବ୍ୟବହାର ରାମବାଣ ଭଳି କାମ କରିଥାଏ । ଲାଜକୁଳୀ ପତ୍ର ର ରସ କୁ ରୋଗୀ କୁ ପିଇବାକୁ ଦେଲେ ସପ୍ତାହ ମଧ୍ୟରେ ଏହା କାମ ଦେଖାଇଥାଏ । ତେବେ ଲାଜକୁଳି ଗଛ ଆପଣଙ୍କୁ ବହୁତ ସହଜରେ ରାସ୍ତା କଡ ରୁ ନିଶ୍ଚୟ ମିଳିଯିବ । ଏହାର ବ୍ୟବହାର କଲେ ମଧୁମେହ ଠାରୁ ଆରମ୍ଭ କରି ଅନେକ ବଡ ବଡ ରୋଗର ଉପଶମ ହୋଇ ପାରିବ ।