Pratidin TV

Odisha's Digital News Platform

ଋତୁସ୍ରାବରେ ଏହି ପେନକିଲର ବ୍ୟବହାର କରୁଥିଲେ ସାବଧାନ ! ଦେଖାଦେବ ମାରାତ୍ମକ ସାଇଡ୍ ଇଫେକ୍ଟ …..

1 min read

ନୂଆଦିଲ୍ଲୀ ; ଅନେକ ଲୋକ ଯନ୍ତ୍ରଣାକୁ ସହିନପାରି ପେନକିଲର ଖାଇଥାନ୍ତି । କିନ୍ତୁ ପେନକିଲର ଖାଇବା ସମୟରେ କଣ ଆପଣମାନେ ଜାଣିଛନ୍ତି କି ଏହା ଶରୀର ପାଇଁ କେତେ ମାରାତ୍ମକ । ସେଥିମଧ୍ୟରୁ କିଛି ଏଭଳି ପେନ କିଲର ଅଛି ଯାହା ଆମ ଶରୀରରେ ପାଇଁ ଘାତକ ସାବସ୍ତ୍ୟ ହୋଇଛି । ମେଫଟାଲ ନାମକ ଏକ ପେନକିଲର ଆପଣ ଋତୁସ୍ରାବ,ଗଣ୍ଠିବିନ୍ଧା,ମୁଣ୍ଡବିନ୍ଧା ଓ ଦାନ୍ତବିନ୍ଧା ଭଳି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଖାଇଥାନ୍ତି । କିନ୍ତୁ ସାବଧାନ ଇଣ୍ଡିଆନ ଫାର୍ମାକୋପିଆ କମିଶନ ବା IPC ଡ୍ରଗ୍ ସେଫଟି ଆଲର୍ଟ ଜାରି କରିଛି । ଆପିସି ପକ୍ଷରୁ ଡାକ୍ତର ଓ ରୋଗୀମାନଙ୍କୁ ମେଫଟାଲ ବ୍ୟବହାର କରିବା ବେଳେ ସତର୍କ ରହିବାକୁ କହିଛନ୍ତି ।

ପାର୍ଶ୍ୱ ପ୍ରତିକ୍ରିୟା ହେବା ମାତ୍ରେ ତୁରନ୍ତ ପିଭିପିଆଇର ଜାତୀୟ ସଂଯୋଜକ କେନ୍ଦ୍ରକୁ ଅବଗତ କରାନ୍ତୁ। www.ipc.gov.inରେ ଥିବା ଫର୍ମକୁ ପୂରଣ କରି କିମ୍ବା ମୋବାଇଲ ଆପ୍ ADR PvPI ଦ୍ୱାରା ଲୋକମାନେ ନିଜର ସମସ୍ୟା ସମ୍ପର୍କରେ କହିପାରିବେ। ଏହାବାଦ ପିଭିପିଆଇର ହେଲଲାଇନ ନଂ ୧୮୦୦-୧୮୦-୩୦୨୪କୁ ମଧ୍ୟ ଲୋକମାନେ କଲ କରିପାରିବେ।

Advertisement

Leave a Reply

Your email address will not be published. Required fields are marked *