ଭୋଟ ଦେଉଛି ଭାରତ , ଧାରଣାରେ ବସିଲେ ମେହବୁବା ମୁଫ୍ତି ..
1 min readଦେଶରେ ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଜମ୍ମୁ କାଶ୍ମୀରର ଅନନ୍ତନାଗର-ରାଜୌରୀ ଆସନରେ ଭୋଟିଂ ଚାଲିଥିବା ବେଳେ ଜମ୍ମ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଧାରଣାରେ ବସିଛନ୍ତି । ସୂଚନା ଅନୁସାରେ, ମତଦାନରେ ହେରଫେର୍ ଚାଲିଥିବା ନେଇ ସେ ଦାବି କରିଛନ୍ତି । ଯେଉଁଥି ପାଇଁ ମେହବୁବା ମୁଫତିଙ୍କ ସମେତ ପିଡିପିର ଅନ୍ୟ କର୍ମୀମାନେ ମଧ୍ୟ ଧାରଣାରେ ବସିଛନ୍ତି । ଧାରଣାରେ ବସି କହିଛନ୍ତି ଆମ ଲୋକମାନଙ୍କୁ ଘରେ ତାଲା ପକାଇ ଦିଆଯାଇଛି। ଭୋଟିଂରେ ଅନିୟମିତତା ସୃଷ୍ଟି କରିବାକୁ ଚାହୁଁଛନ୍ତି।
ନିର୍ବାଚନରେ ହେରଫେର କରିବା ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ୟୁପିରୁ ଆସିଛନ୍ତି। ୧୯୮୭ ନିର୍ବାଚନରେ ଘଟିଥିବା ଅନିୟମିତତାକୁ ଏହି ଲୋକମାନେ ପୁନରାବୃତ୍ତି କରିବାକୁ ଚାହାଁନ୍ତି। ଯଦି ଆପଣ ମେହବୁବା ମୁଫତିଙ୍କୁ ଏତେ ଭୟ କରୁଛନ୍ତି ତେବେ ଆପଣ ଏହା ପୂର୍ବରୁ କହିଥାନ୍ତେ, ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନଥାନ୍ତି ବୋଲି କହିଛନ୍ତି ପିଡିପି ଅଧ୍ୟକ୍ଷା। ସେହିପରି ସେ ଆହୁରି କହିଛନ୍ତି, କୌଣସି ସ୍ପଷ୍ଟୀକରଣ ନ ଦିଆଯାଇ ତାଙ୍କ ଫୋନରୁ ଆଉଟ ଗୋଇଙ୍ଗ ସୁବିଧାକୁ ସ୍ଥଗିତ ରଖାଯାଇଛି ।