କାରରେ ବୁଲି ବୁଲି ଜୟ ଶ୍ରୀ ରାମ’ ନାରା ଲଗାଉଥିଲେ… ୩ ଜଣଙ୍କୁ ପିଟି ଲହୁଲୁହାଣ କଲେ ୪ ଯୁବକ
1 min read‘ଜୟ ଶ୍ରୀ ରାମ’ ନାରାକୁ ନେଇ ହେଲା ମହାଭାରତ | ଏହାକୁ ନେଇ ବୀଚ ରାସ୍ତାରେ ମାଡ଼ପିଟା | କାରରେ ବସି ଲଗାଉଥିଲେ ନାରା | ବାଇକ ଆରୋହୀ ଗାଡି ରୋକି ମାଡ ମାରି କଲେ ଲହୁଲୁହାଣ | ପିōଲīସେ ଗଙ୍ଘଟନସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ କରିଥିଲା ହସ୍ପିଟାଲରେ ଭର୍ତ୍ତି | ପୋଲିସ ଏହି ଘଟଣାରେ କରିଥିଲା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ | ତେବେ ଏପରି ଅଭାବନୀୟ ଘଟଣା ଘଟିଛି ଆଇଟି ସହର ବେଙ୍ଗାଲୁରୁରେ |
ତେବେ ଘଟଣା ଏମିତି କି, ୩ ଜଣ ସାଙ୍ଗ ତଥା ପବନ କୁମାର, ରାହୁଲ ଓ ବିନାୟକ ‘ଜୟ ଶ୍ରୀ ରାମ’ ନାରା ଦେଇ ବାଙ୍ଗାଲୁରର ଚିକ୍କାୱେଟାହଲ୍ଲି ଅଞ୍ଚଳରେ କାର୍ରେ ଯାଉଥିଲେ । ଏହା ଦେଖିବା ପରେ ବାଇକରେ ଯାଉଥିବା ୨ ଜଣ ଯୁବକ ଫରମାନ ଓ ସମୀର ଅଟକାଇ ତାଙ୍କୁ ନାରା ନ ଲଗାଇବାକୁ କହିଥିଲେ | ଏହାପରେ ଉଭୟ ପକ୍ଷରେ ଆରମ୍ଭ ହୋଇଥିଲା ବଚସା | ବଚସାରୁ ଆରମ୍ଭ କରିଦେଲେ ମାଡ଼ପିଟ | ଫରମାନ ଓ ସମୀର ୩ ଯୁବକଙ୍କୁ ପ୍ରବଳ ବାଡ଼େଇବରେ ଲାଗିଥିଲେ | ଏହି ମାଡ଼ପିଟାରେ ରାହୁଲ ଓ ପବନ କୁମାର ହୋଇପଡିଥିଲେ ଗୁରୁତର |
ସୂଚନା ପାଇ ପୋଲସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଡାକ୍ତରଖାନରେ କରିଥିଲା ଭର୍ତ୍ତି | କିନ୍ତୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ | ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଫରମାନ ଓ ସମୀରଙ୍କୁ ବାନ୍ଧିଥିବା ବେଳେ ଏହି ଆକ୍ରମଣରେ ଆଉ ଦୁଇ ନାବାଳକ ବି ସାମିଲ ହୋଇଥିଲେ | ପୋଲିସ ପଚରାଉଚୁରା ସହ ତଦନ୍ତ କରିଛି ଆରମ୍ଭ |