Pratidin TV

Odisha's Digital News Platform

ଆଶ୍ଚର୍ଯ୍ୟ ! ଏହି ମନ୍ଦିରକୁ ପୁରୁଷ ଗଲେ ହୋଇଯାନ୍ତି ନାରୀ ..

1 min read

ଇଏ କେମିତିକା ମନ୍ଦିର? ଯେଉଁ ମନ୍ଦିରକୁ ପୁରୁଷ ଗଲେ ହୁଏ ନାରୀ ! କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ପୂରା ସତ । କେରଳର କୋଲାମ ଜିଲ୍ଲାରେ ଥିବା କୋଟାନ କୁଲଙ୍ଗରା ଦେବୀ ମନ୍ଦିରେ ଯେଉଁଠି ରହିଛି ଅଜବ ନିୟମ । ଯାହାକୁ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ଚକିତ ହୋଇଯିବ । କୁଲଙ୍ଗରା ଦେବୀ ମନ୍ଦିରରେ ପ୍ରତିବର୍ଷ “ଚାମିଆଭିଲକ୍କୁ” ପର୍ବ ପାଳନ କରାଯାଏ ।

ଏହି ଦିନ ହଜାରେ ହଜାରେ ସଂଖ୍ୟାରେ ପୁରୁଷ ଏବଂ ମହିଳା ଦେବୀ ମା’ଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଏହି ପୂଜା ସାଧାରଣତଃ ଭରଣୀ ନକ୍ଷତ୍ର ଦିନରେ ହୋଇଥାଏ । ଯେଉଁ ପୂଜାର ରହିଛି ଅନେକ ମାହାତ୍ମ୍ୟ । ଆଉ ଏହି ପୂଜାରେ ପୁରୁଷ ହୋଇଥାଏ ନାରୀ । ମିଳିଥିବା ସୂଚନା ଅନୁସାରେ, ପୂଜା ଦିନ ପୁରୁଷ ମହିଳାଙ୍କ ବେଶରେ ୧୬ ଶୃଙ୍ଗାର ନେଇ ମନ୍ଦିର ଭିତରକୁ ଦର୍ଶନ ପାଇଁ ଆସିଥାନ୍ତି । ବିଶ୍ୱାସ ରହିଛି ଭଲ ପତ୍ନୀ , ଭଲ ଚାକିରି ପରି ମନସ୍କାମନା ମନରେ ରଖି ମନ୍ଦିରକୁ ଯାଆନ୍ତି ପୁରୁଷମାନେ ।

Advertisement

ମହିଳାଙ୍କ ଭଳି ୧୬ ଶୃଙ୍ଗାର ସହ ମନ୍ଦିରରେ ଦେବୀଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏହି ପୂଜାର ମୁଖ୍ୟ ଉଦ୍ଦେଶ୍ୟ ସାମାଜିକ ସ୍ତରରେ ପୁରୁଷ ଏବଂ ସ୍ତ୍ରୀ ମାନଙ୍କୁ ଏକ ଭାବିବା ଏବଂ କୌଣସି ଭେଦ ଭାବ ସୃଷ୍ଟି ନକରିବା ପାଇଁ ହୋଇଥାଏ । ଏହାକୁ ଏକ ପୂଜା ଭଳି ନୁହଁ ବରଂ ଏକ ପର୍ବ ଭଳି ପାଳନ କରାଯାଇଥାଏ । ଆଉ ଏହି ପୂଜା କରିବାପାଇଁ ମନ୍ଦିରରେ ପୁରୁଷ ମାନଙ୍କ ଭିଡ଼ ଲାଗିଥାଏ ।

Leave a Reply

Your email address will not be published. Required fields are marked *