Pratidin TV

Odisha's Digital News Platform

ଋତୁସ୍ରାବ ଅକ୍ଷମତା ନୁହେଁ, ତେଣୁ ଦରମା ସହିତ ଛୁଟି ପାଇଁ ସ୍ୱତନ୍ତ୍ର ନିୟମର ଆବଶ୍ୟକତା ନାହିଁ…

1 min read

ସାଧାରଣତଃ ମହିଳା ମାନେ ଋତୁସ୍ରାବ ସମୟରେ ଶାରିରୀକ କଷ୍ଟ ଭୋଗିଥାନ୍ତି । କାରଣ ଋତୁସ୍ରାବ ହେତୁ ଅଧିକାଂଶ ମହିଳା ଦୁର୍ବଳତା ଅନୁଭବ କରନ୍ତି ଏବଂ କର୍ମକ୍ଷେତ୍ରରେ ସେମାନଙ୍କର କାର୍ଯ୍ୟ ଦକ୍ଷତା ପ୍ରଭାବିତ ହୁଏ । ତେବେ ଏହି ସମୟରେ ମହିଳାଙ୍କୁ ଛୁଟି ଦିଆଯିବା ଉଦ୍ଦେଶ୍ୟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଏହାର କୈାଣସି ଆବଶ୍ୟକତା ନାହିଁ । ସେ କହିଛନ୍ତି ଯେ ଋତୁସ୍ରାବ ହେଉଛି ମହିଳାଙ୍କ ଜୀବନର ଏକ ପ୍ରାକୃତିକ ଅଂଶ । ଏହା ଏକ ଋତୁ ଚକ୍ର ଅଟେ, ଏହା ଅକ୍ଷମତା ନୁହେଁ । ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର ଆବଶ୍ୟକତା ନାହିଁ । ଏପରି ପ୍ରସ୍ତାବ ଦେବା ଉଚିତ ନୁହେଁ ଯେଉଁଠାରେ ମହିଳାମାନେ ସମାନ ସୁଯୋଗରୁ ବଞ୍ଚିତ ହେବେ । ବୁଧବାର ଦିନ ଦେଶରେ ଋତୁସ୍ରାବ ସ୍ୱଚ୍ଛତା ନୀତି ଉପର ଆରଜେଡି ସାଂସଦ ମନୋଜ କୁମାର ଝାଙ୍କୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ମୃତି ଇରାନୀ ଏହି କଥା କହିଛନ୍ତି । ଗତ ସପ୍ତାହରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପ୍ରଶ୍ନର ଉତ୍ତରରେ ଇରାନୀ କହିଥିଲେ ଯେ ମହିଳାମାନଙ୍କୁ ବାଧ୍ୟତାମୂଳକ ମାସିକ ଋତୁସ୍ରାବ ଛୁଟି ଦେବାର କୈାଣସି କାରଣ ନାହିଁ ।

Advertisement

Leave a Reply

Your email address will not be published. Required fields are marked *