Pratidin TV

Odisha's Digital News Platform

ଏହି କାରଣ ପାଇଁ ଟ୍ରମ୍ପଙ୍କୁ କ୍ଷମା ମାଗିଲେ ମେଟା ସିଇଓ ..

1 min read

ଫେସବୁକ ଏବଂଇନ୍‌ଷ୍ଟାଗ୍ରାମ୍‌   ପାଇଁ ଟ୍ରମ୍ପଙ୍କ ଆଗରେ କ୍ଷମା ମାଗିବାକୁ ପଡିଲା ମାର୍କ ଜୁକରବର୍ଗ ଙ୍କୁ । ଏମିତି କଣ ଭୁଲ ହୋଇଗଲା ଯେ ଫେସବୁକ ଏବଂଇନ୍‌ଷ୍ଟାଗ୍ରାମ୍‌ ରେ ଯେଉଁଥିପାଇଁ ତାଙ୍କୁ ଭୁଲ ମାଗିବାକୁ ପଡିଲା ।  ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ମେଟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ତାଙ୍କୁ ଅନେକ ଥର କଲ୍‌ କରି କ୍ଷମା ମାଗିଛନ୍ତି। ସୂଚନାନୁଯାୟୀ ଗତ ଜୁଲାଇ ୧୩ ତାରିଖରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିଲା। ଟ୍ରମ୍ପ୍‌ଙ୍କ କାନରେ ଗୁଳି ବାଜିବା ପରେ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଘୂରି ବୁଲିଥିଲା।

ଏହି ଫଟୋ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଘୂରି ବୁଲିିଥିବା କାରଣରୁ ଜୁକରବର୍ଗ ତାଙ୍କୁ କ୍ଷମା ମାଗିଛନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ଏହି ଛବି ସଂପର୍କରେ ଟ୍ରମ୍ପ୍‌ କହିଛନ୍ତି ଯେ ଫଟୋକୁ ସେନ୍ସର କରିଥିବାରୁ ଜୁକରବର୍ଗ ତାଙ୍କୁ କ୍ଷମା ମାଗିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ମେଟା ସିଇଓ କହିଛନ୍ତି ଯେ ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା; ଏହା ବହୁତ ସାହସୀକତା କାର୍ଯ୍ୟ ଥିଲା। ତେବେ ଏକ ଗଣମାଧ୍ୟମ ସହ ସାକ୍ଷାତକାର ରେ  ଟ୍ରମ୍ପ କହିଥିଲେ ଯେ ଜୁକରବର୍ଗ ମୋତେ ସେହି ଦିନ ପାଇଁ ସମ୍ମାନ ଦେଇଥିଲେ। “ମାର୍କ ଜୁକରବର୍ଗ ମୋତେ ବହୁ ବାର କଲ୍‌ କରିଥିଲେ। ସେ ଏକଥା କହିଥିଲେ ଯେ ସେ ଏଥର ଡେମୋକ୍ରାଟଙ୍କୁ ସମର୍ଥନ କରିବେ ନାହିଁ କାରଣ ସେଦିନର ଘଟଣା ପାଇଁ ସେ ମୋତେ ସମ୍ମାନ କରନ୍ତି। ସେ ମୋତେ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ସେମାନେ ଏକ ଭୁଲ କରିଛନ୍ତି। ସେମାନେ ଏହାର ସଂଶୋଧନ କରୁଛନ୍ତି। କିନ୍ତୁ ଗୁଗୁଲରୁ ମୋତେ ଏପର୍ଯ୍ୟନ୍ତ କେହି କଲ୍‌ କରିନାହାନ୍ତି’’ ବୋଲି ଟ୍ରମ୍ପ୍‌ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *