Pratidin TV

Odisha's Digital News Platform

ଆଜିଠୁ ପୁଣି ବର୍ଷିବ ରାଜ୍ୟରେ : ୪ ଜିଲ୍ଲାକୁ ଅରେଞ୍ଜ ୱାଣିଂ ସହ ୧୧ ଜିଲ୍ଲାକୁ ୟେଲୋ ୱାଣିଂ

1 min read

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟାନ୍ତ ୪ ଟି ଜିଲ୍ଲାକୁ ଅରେଞ୍ଜ ୱାଣିଂ ସହ ୧୦ ଟି ଜିଲ୍ଲାକୁ ୟେଲୋ ୱାଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ବାଲେଶ୍ୱର,ମୟୁରଭଞ୍ଜ,ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୪ଟି ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟାନ୍ତ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ ।


ସେହିଭଳି ଅନ୍ୟ ୧୦ଟି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାଣିଂ ଜାରି କରାଯାଇଛି । ଉକ୍ତ ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ,ଯାଜପୁର,କେନ୍ଦ୍ରାପଡା,ଜଗତସିଂହପୁର,ଢେଙ୍କାନାଳ,କଟକ,ପୁରୀ,ଗଞ୍ଜାମ,ଗଜପତି ଓ ଖୋର୍ଦ୍ଧା ।
ସେହିଭଳି ଆସନ୍ତାକାଲି ସକାଳ ୮ ଟା ୩୦ ରୁ ୨୫ ତାରିଖ ଯାଏ ରାଜ୍ୟରେ ୪ଟି ଜିଲ୍ଲା ତଥା -ସୁନ୍ଦରଗଡ,ଦେଓଗଡ,ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାଣିଂ ଜାରିକରାଯିବା ସହ ୧୧ ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାଣିଂ ଜାରିହୋଇଛି । ଉକ୍ତ ଜିଲ୍ଲାଗୁଡିକ ହେଲା କେଉଁଝର,ଅନୁଗୁଳ,କନ୍ଧମାଳ,ବୌଦ୍ଧ,କଳାହାଣ୍ଡି,ବରଗଡ,ବଲାଙ୍ଗିର,ନୂଆପଡା,ନବରଙ୍ଗପୁର ଏବଂ କୋରାପୁଟ ।

Advertisement

Leave a Reply

Your email address will not be published. Required fields are marked *