ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ , ଆପାର୍ଟମେଣ୍ଟ ରୁ କଲେ ସିରିଜ୍ ଲୁଟ୍..
1 min readରାଜଧାନୀରେ ପୁଣି ମାତିଲେ ଲୁଟେରା । ରାଜଧାନୀର ଛାତି ଉପରେ କରୁଛନ୍ତି ବଡ ବଡ ଅପରାଧ । ଏହି ଲୁଟେରା ଆପାର୍ଟମେଣ୍ଟକୁ ଟାର୍ଗେଟ କରିବା ସହ ଲୁଟେରାଙ୍କ ଉତ୍ପାତ ଥମିବାର ନାଁ ଧରୁନି । ଭୁବନେଶ୍ୱର ପାହାଳ ଥାନା ଅଧୀନରେ ଥିବା ମେଟ୍ରୋ ସାଟେଲାଇଟ ସିଟି ସୋସାଇଟରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଣ୍ଟର ୨ଟି ବ୍ଲକର ୨ଟି ଘରେ କଲାକନା ବୁଲାଇଛନ୍ତି ଲୁଟେରା । ଦୁଇଟି ଫ୍ଲାଟରୁ ସୁନା ଅଳଙ୍କାର ସହିତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ସିସିଟିଭିରେ ଲୁଟପାଟର ଦୃଶ୍ୟ ମଧ୍ୟ କଏଦ ହୋଇଛି ।ବାରମ୍ବାର ଲୁଟ ହେବା କମିଶନରେଟ ପୋଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଏହା ପୂର୍ବରୁ ଫେବୃଆରୀ ୨୯ ତାରିଖରେ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ନଗଦ ସୁନା ରୁପା ଟଙ୍କା ଜବତ ହୋଇଥିଲା । ଅନ୍ୟପଟେ ରାଜଧାନୀରେ ପୋଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ଆପାର୍ଟମେଣ୍ଟବାସୀ । ପେଟ୍ରୋଲିଂ ଅଭାବ ପାଇଁ ବଢୁଛି ଲୁଟତରାଜ ବୋଲି କହିଛନ୍ତି ।