Pratidin TV

Odisha's Digital News Platform

୨୦୨୭ ସୁଦ୍ଧା ଓଡିଶାରେ ଗଡିବ ମେଟ୍ରୋ , ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୨୦୨୭ ସୁଦ୍ଧା ରାଜ୍ୟରେ ଗଡିବ ମେଟ୍ରୋ ।ଏନେଇ ବଜେଟ୍ ଉପସ୍ଥାପନ ବେଳେ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପ୍ରଥମେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ପର‌୍ୟ୍ୟନ୍ତ ମେଟ୍ରୋର ସୁବିଧା କରାଯିବ । ଏଥିପାଇଁ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଅଧିନରେ ୬୨୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଏଥିପାଇଁ ମୋଟ ୫୮ ହଜାର ୧୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆଗାମୀ ୫ ବର୍ଷରେ ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରହିଛି। ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଅଂଚଳକୁ ସଡ଼କ ନିର୍ମାଣ କରାଯିବ ଓ ନଦୀ ଓ ଜଳାଶୟ ଉପରେ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *