Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ.. ଭିତରେ ବସିଥିଲେ ୩୫ ପ୍ରବାସୀ ମହିଳା ,୧୦ ମୃତ

1 min read

ମେକ୍ସିକୋ : ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଟି ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ୧ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଟ୍ରକରେ ମୋଟ ୩୫ଜଣ ମହିଳା ରହିଥିବା ଜଣା ପଡିଛି । ତେବେ ଏହି ଦୁର୍ଘଟଣା ମେକ୍ସିକୋରେ ଘଟିଛି । ମେକ୍ସିକୋର ଗୁଆଟେମାଲା ସୀମା ନିକଟ ଏକ ରାଜପଥରେ ଏକ ମାଲବାହୀ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଗୁଆଟେମାଲା ସୀମାଠାରୁ ପ୍ରାୟ ୧୭୫ କିଲୋମିଟର ଦୂରରେ ଥିବା ପିଜିଜିଆପାନ ସହର ନିକଟରେ ଏକ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ ରାଜପଥର ଗୋଟିଏ ପାର୍ଶ୍ୱରେ ଓଲଟି ପଡିଛି । ମିଳିଥିବା ସୂଚନା ଅନୁଯାୟୀ ,ଦୁର୍ଘଟଣା ପରେ ନ୍ୟାସନାଲ ମାଇଗ୍ରେସନ୍ ଇନଷ୍ଟିଚ୍ୟୁଟ୍ ଏକ ବିବୃତ୍ତି ଜାରି କରିଛି ।

ଏହାର ବିବୃତ୍ତି ଦ୍ୱାରା କୁହାଯାଇଛି ଯେ ଚିଆପାସର ପିଜିଜିଆପାନ୍‌-ଟୋନ୍ଲା ଜାତୀୟ ରାଜପଥରେ ମାଲ ପରିବହନ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ କହିଛନ୍ତି ଯେ ଏହି ଟ୍ରକରେ ୨୭ କ୍ୟୁବା ନାଗରିକଙ୍କୁ ଲୁଚାଛପା ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାତ୍ରା କରାଯାଉଥିଲା । ପ୍ରାଥମିକ ଅନୁସନ୍ଧାନରେ ଦୁର୍ଘଟଣାର କାରଣ ଦ୍ରୁତ ଗତିରେ ଚାଲିଥିବା କୁହାଯାଉଛି । ସୂଚନାନୁସାରେ, ଦ୍ରୃତ ବେଗ ଯୋଗୁଁ ଟ୍ରକର ଡ୍ରାଇଭର ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲେ ।

Advertisement

ବର୍ତ୍ତମାନ ଏହି ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଅଛି । ମୃତକଙ୍କ ମଧ୍ୟରେ ନାବାଳିକାଙ୍କ ସମେତ ୧୦ ଜଣ ମହିଳା ଅଛନ୍ତି ।ଏହା ବ୍ୟତୀତ ପ୍ରାୟ ୨୫ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାକର ଅଧିକାରୀ କହିଛନ୍ତି ଯେ ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନେ ଅନ୍ୟ ଦେଶର ବାସିନ୍ଦା, ତେଣୁ ସେମାନଙ୍କ ମୃତଦେହକୁ ନିଜ ଦେଶକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ପ୍ରକ୍ରିୟା ଶୀଘ୍ର ଶେଷ ହେବ ।

Leave a Reply

Your email address will not be published. Required fields are marked *