Pratidin TV

Odisha's Digital News Platform

ହାର୍ଦ୍ଦିକ ଆସିବା ପରେ ରାଗିଗଲେ ରୋହିତଙ୍କ ଫ୍ୟାନ୍ସ, ସୋସିଆଲ ମିଡିଆରେ MIକୁ କଲେ ଅନଫଲୋ..

1 min read

ଗତକାଲି ମୁମ୍ବାଇ ଇଣ୍ଡିଆନ୍ସର ବଡ ଘୋଷଣା ପରେ ନିରାଶ ହୋଇ ପଡିଛନ୍ତି ଲକ୍ଷାଧିକ ଫ୍ୟାନ୍ସ । କାରଣ ଏମଆଇ ତାର ଜଣେ ସଫଳ ଅଧିନାୟକଙ୍କୁ ହଟାଇ ଦେଇଛି । ଯାହାଫଳରେ ଲକ୍ଷାଧିକ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି । ମୁମ୍ବାଇ ଇଣ୍ଡିଆର ୧୦ ବର୍ଷ ଧରି ଦାୟିତ୍ୱ ସମ୍ଭାଳି ଆସୁଥିଲେ ରୋହିତ ଶର୍ମା । ହେଲେ କାଲି ତାଙ୍କ ଠାରୁ ଏହି ପଦକୁ ଛଡାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇ ଦେଇଛି ମୁମ୍ବାଇ । ଗତକାଲି ହଟାଲ ନିଜ ସୋସିଆଲ ମିଡିଆରେ ଏହି ଖବର ପୋଷ୍ଟ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ତା ଭିତରେ ବିତିଗଲାଣି ୨୪ ଘଣ୍ଟା ହେଲେ ଏବେ ବି ହାର୍ଦ୍ଦିକଙ୍କୁ ଅଧିନାୟକ ଭାବେ ଗ୍ରହଣ କରି ପାରୁ ନାହାନ୍ତି ରୋହିତଙ୍କ ଫ୍ୟାନ୍ସ ।

ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏହାର ସିଧାସଳଖ ପ୍ରଭାବ । କାଲି ରାତିରୁ ସୋସିଆଲ ମିଡିଆ ଏକ୍ସରେ ଲଗାତାର ଟ୍ରେଣ୍ଡ କରୁଛି #ShameOnMI । ହାର୍ଦ୍ଦିକ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇର ଅଂଶୀଦାର ଥିଲେ । ପରେ ସେ ଚଗୁଜୁରାଟ ଟାଇଟନ୍ସକୁ ଚାଲି ଯାଇଥିଲେ ।

Advertisement

ତେେ ଚଳିତ ବର୍ଷ ପୁଣି ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଆଣିଥିଲା । ଆଉ ଗତକାଲି ତାଙ୍କୁ ଅଧିନାୟକ ଭାବେ ଘୋଷଣା କରିସାରିଛି । ରୋହିତ ଶର୍ମା ୨୦୧୩ରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିଆସିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଟିମ ୫ ଥର ଚାମ୍ପିଅନ ହୋଇଛନ୍ତି । ରୋହିତ ଶର୍ମା ଅଧିନାୟକ ପଦରୁ ବିଦା ହେବା କାରଣରୁ ଫ୍ୟାନ୍ସଙ୍କ ଆକ୍ରୋଶ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ପରେ ଏମଆଇର ଇନଷ୍ଟାଗ୍ରାମରେ ୧୩.୨ ମିଲିୟନ ଫଲୋଅର୍ସ ଥିଲେ । ଏହାର ୨୪ ଘଣ୍ଟା ନ ପୁରୁଣୁ ମୁମ୍ବାଇର ଫଲୋଅର୍ସ ୧୨.୮ ମିଲିଅନ ଛୁଇଁଥିଲେ । ଏକ୍ସରେ ବି ୮.୬ ମିଲିଅନରୁ ମୁମ୍ବାଇର ଫଲୋଅର୍ସ ୮.୨ ମିଲିଅନରେ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *