ବଢ଼ିଲା ମଧ୍ୟାହ୍ନ ଭୋଜନ ମୂଲ୍ୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
1 min readଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ଦର | ବଜାର ଦରକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ମୂଲ୍ୟ ବଢ଼ିବାୟୁଙ୍କ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର | ବର୍ତ୍ତମାନ ଏହି ଯୋଜନାରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପିଛା ୫ ଟଙ୍କା ୯0 ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛତ୍ରଛାତ୍ରୀଙ୍କ ପିଛା ୮ ଟଙ୍କା ୮୨ ପଇସା ଲେଖାଏଁ ପ୍ରଦାନ କରାଯାଇଛି | ତେବେ ଏଥିରେ ୧ଟଙ୍କାଏ ଲେଖାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏହାଦ୍ୱାରା ରାଜ୍ୟର ୫0 ହଜାରରୁ ବେଶୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୪୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ |
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ଉଦଯାପନ ଉତ୍ସବରେ ଯୋଗ ଦେଇ ଆଉ ଏକ ବଡ ଘୋଷଣା କରିଥିଲେ | ତାହା ହେଉଛି ଏଣିକି ଓଡିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ମାସିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ | ୧୭୩ଟି ବିଦ୍ୟାଳୟରେ କସ୍ତୁରବା ଗାନ୍ଧୀବାଳିକା ଯୋଜନାରେ ବାଳିକା ହଷ୍ଟେଲ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ମିଳୁଛି | ଯେଉଁଥିରେ ସମସ୍ତ ଛାତ୍ରୀଙ୍କ ନିମନ୍ତେ ଖାଇବା ଓ ରହିବାର ମାଗଣା ବ୍ୟବସ୍ଥା ରହିଛି | ବାକି ୧୪୧ଟି ବାଳିକା ହଷ୍ଟେଲ ଏବଂ ୩୧୪ଟି ବାଳିକା ହଷ୍ଟେଲ ରାଜ୍ୟ ସରକାର କାର୍ଯ୍ୟ କରିବାକୁ ପଦକ୍ଷପ ନେଉଛନ୍ତି | ମୋଟ ୪୫୫ଟି ହଷ୍ଟେଲ ନିମନ୍ତେ ଅନ୍ତେବାସୀଙ୍କ ଠାରୁ ମାସିକ ମୋଟ ୨ ହଜାର ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚ ଆଦାୟ ନିମନ୍ତେ ପୂର୍ବରୁ ମାର୍ଗ ଦର୍ଶକ ଜାରି ହୋଇଥିଲା | ମାତ୍ରଅଭିଭାଙ୍କଙ୍କ ଅନୁରୋଧ କ୍ରମେ ଏବେ ମାସିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ |