Pratidin TV

Odisha's Digital News Platform

ଗୀଷ୍ମ ଛୁଟିରେ ପିଲାଙ୍କୁ ମିଳିବ ଶୁଖିଲା ଖାଦ୍ୟ ..

ଆସନ୍ତା ଏପ୍ରିଲ ୨୫ ତାରିଖରୁ ରାଜ୍ୟର ସବୁ ସ୍କୁଲ ଛୁଟି । ଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏପରି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ଛାତ୍ରୀଛାତ୍ରଙ୍କୁ ପିଏମ୍ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ ।

ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା ରାଶନ ମିଳିବ । ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି । ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ, ଏପ୍ରିଲ ୨୫ରୁ ମେ’ ୪ (୯ଦିନ) ହେଉଛି କାର୍ଯ୍ୟ ଦିବସ । ତେଣୁ ଏହି କାର୍ଯ୍ୟ ଦିବସ ପାଇଁ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଶୁଖିଲା ରାଶନ ଦିଆଯିବ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ(ପ୍ରଥମରୁ ଅଷ୍ଟମ ଶ୍ରେଣୀ) ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଶୁଖିଲା ରାଶନ ସେମାନଙ୍କ ଅଭିଭାବକଙ୍କୁ ଦିଆଯିବ ।

Leave a Reply

Your email address will not be published. Required fields are marked *