Pratidin TV

Odisha's Digital News Platform

ଛାତ୍ର ଛାତ୍ରୀଙ୍କୁ ଦିଆଯାଉଛି ନିମ୍ନମାନର ଭୋଜନ , ରାଗରେ ସବୁ ଫିଙ୍ଗିଦେଲେ ସ୍ଵଂୟସହାୟିକା ମହିଳା !

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ନିମ୍ନମାନର ଖାଇବା  | ଯାହାକୁ ନେଇ ବିଦ୍ୟାଳୟରେ ଦେଖାଦେଇଛି   ଉତ୍ତେଜନା  | ଏପରି ଘଟଣା ଦେଖିବାକୁ ମିଳିଛି  ବାଲେଶ୍ଵର ଜିଲ୍ଲା, ରେମୁଣା ବ୍ଲକ ର ଖନ୍ତାପଡ଼ା ଥାନା  ଅନ୍ତର୍ଗତ,ଶ୍ରୀଜଙ୍ଗ ସ୍ଥିତ ଦାସ ମହାପାତ୍ର ବାଞ୍ଛାନିଧି  ସରକାରୀ ଉଚ୍ଚ ବିଦ୍ୟାଳୟରେ | 

ସୂଚନାନୁଯାୟୀ   ଆଜି ଅଭିଭାବକ ମାନଙ୍କୁ ନେଇ ବିଦ୍ୟାଳୟରେ ବୈଠକ ହେବାର ଥିଲା। କେତେକ ଅଭିଭାବକ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ରୋଷେଇଶାଳାରେ ନିମ୍ନ ମାନର ଖାଦ୍ୟ ପ୍ରସ୍ତୁତ ହେଉଥିବାର ଦେଖି ପାଟିତୁଣ୍ଡ ସହ ହୋହାଲ୍ଲା କରିଥିଲେ।  ନିମ୍ନ ମାନର ଖାଦ୍ୟକୁ ନେଇ ଅଭିଭାବକ ଙ୍କ ସହ ଖାଦ୍ୟ ପ୍ରଦାନକାରୀ ମହିଳା ସ୍ୱୟଂ ସହାୟକ ଗ୍ରୁପ ମା ବାସନ୍ତୀ ମହିଳା ସ୍ୱୟଂ ସହାୟିକା ଗ୍ରୁପ ସହ କଥା କଟା କଟି ହୋଇ ଶେଷରେ ରନ୍ଧାଯାଉଥିବା ମଧ୍ୟାହ୍ନ ଭୋଜନକୁ ବାହାରେ ଫୋପାଡି ଦିଆଯାଇଥିଲା। ପରେ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି ଲଲାଟ କେଶରୀ ଦାସ  ଶତାଧିକ ଛାତ୍ରଛାତ୍ରୀ ଙ୍କୁ ଶୁଖିଲା ଖାଦ୍ୟ ବିସ୍କୁଟ ପ୍ରଦାନ କରିଥିଲେ। ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ବିଦ୍ୟାଳୟରେ ବାରମ୍ବାର ସମସ୍ୟା ଉପୁଜିଥିଲେ ମଧ୍ୟ  ଏଥିପ୍ରତି କେହି ଧ୍ୟାନ ଦେଉନାନାହଁନ୍ତି | ବର୍ତ୍ତମାନ   ତୁରନ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀ ହସ୍ତକ୍ଷେପ କରି ଛାତ୍ରଛାତ୍ରୀ ଙ୍କୁ ଉନ୍ନତ ମାନର ମଧ୍ୟାହ୍ନ ଭୋଜନ ପ୍ରଦାନ କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *