Pratidin TV

Odisha's Digital News Platform

ଇସ୍ରାଏଲୀ ଜାହାଜରେ ବନ୍ଦୀ ହୋଇଥିବା ୧୬ ଭାରତୀୟଙ୍କୁ ମୁକ୍ତ କଲା ଇରାନ

1 min read

ଭାରତକୁ ମିଳିଲା ବଡ ସଫଳତା | ଇସ୍ରାଏଲ ଜାହାଜରୁ ମୁକ୍ତ ହେଲେ ୧୬ ଭାରତୀୟ | ଏହି ଜାହାଜର ୨୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ଭାରତୀୟ ଥିଲେ। ଇରାନର ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲିଆନ୍ ଶୁକ୍ରବାର ଦିନ ତାଙ୍କ ଇଷ୍ଟୋନିଆର ପ୍ରତିପକ୍ଷ ମାର୍ଗୁସ୍ ସାହାକନାଙ୍କ ସହ ଫୋନ୍ ବାର୍ତ୍ତାଳାପରେ ଜାହାଜର କର୍ମଚାରୀଙ୍କ ମୁକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି। ଗତ କିଛି ଦିନ ପୂର୍ବେ ଜାହାଜରେ ଥିବା ଜଣେ ମହିଳାଙ୍କୁ ମୁକ୍ତ କରିଥିଲେ | ଅନ୍ୟମାନଙ୍କୁ ମୁକ୍ତ କରିବା ନେଇ ଭାରତ ବିଦେଶ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗରେ ହୋଇଥିଲେ କଥା |

ତେବେ ସମସ୍ତ ୧୬ ଭାରତୀୟ ପ୍ରଥମେ ଭାରତ ପହଞ୍ଚିବେ | ପରେ ସେଠାରୁ ତେହେରାନ ଯିବେ | ସେମାନଙ୍କୁ ପରେ ତରାଵଭେଲ ଡକ୍ୟୁମେଣ୍ଟ ଦିଆଯିବ | ଏବଂ ପରେ ସେ ଭାରତକୁ ଫେରିବେ | ଏପ୍ରିଲ ୧୩ ରେ, ଇରାନର ଇସଲାମିକ୍ ରିଭୋଲ୍ୟୁସନ୍ ଗାର୍ଡ କର୍ପସ୍ (ଆଇଆରଜିସି) ର ସ୍ୱତନ୍ତ୍ର ନୌ ବାହିନୀ ଇସ୍ରାଏଲ ସହିତ ଏହାର ସମ୍ପର୍କକୁ ଦୃଷ୍ଟିରେ ରଖି ହର୍ମୁଜ୍ ଷ୍ଟ୍ରାଇଟ୍ ନିକଟରେ MCS Aries ନାମକ ଏକ ଜାହାଜ ଜବତ କରିଥିଲା | ସରକାରୀ ସୂତ୍ର ଜଣାପଡିଥିଲା ଯେ ଇସ୍ରାଏଲର ମାଲବାହୀ ଜାହାଜରେ ଥିବା କ୍ରୁ ସଦସ୍ୟଙ୍କ ମଧ୍ୟରେ ୧୭ ଜଣ ଭାରତୀୟ ନାଗରିକ ଅଛନ୍ତି, ଯେଉଁମାନେ ଇରାନର ବିପ୍ଳବୀ ଗାର୍ଡଙ୍କ ଦ୍ୱାରା ଜବତ ହୋଇଥିଲେ।

Leave a Reply

Your email address will not be published. Required fields are marked *