ପ୍ରଶଂସକଙ୍କ ମନ ଜିଣୁଛନ୍ତି ଜାନବୀ-ସନ୍ନି , ମୁକ୍ତିଲାଭ କଲା ‘ମିଲି’ ଚଳଚ୍ଚିତ୍ରର ଏହି ରୋମାଣ୍ଟିକ୍ ଗୀତ
1 min readନୂଆଦିଲ୍ଲୀ : ବଲିଉଡ୍ର ସଂସ୍କାରୀ ଗର୍ଲ ଜାନବୀ । ନିଜ ଦେଶୀଲୁକ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଏହି ନାୟିକା ଜଣକ । ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ମିଲି ନଭେମ୍ବର ୪ ରେ ବଡପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ଜାନବୀଙ୍କ ସହିତ ଲିଡ୍ରୋଲରେ ସନ୍ନି କୌଶଲ ନଜର ଆସିବେ । ଏବେ ଏହି ଫିଲ୍ମର ୨ୟ ଗୀତ ରିଲିଜ୍ ହୋଇଛି । ଯାହାର ଟାଇଟଲ ‘ତୁମ୍ ଭୀ ରାହି ’ ରହିଛି । ସେହିପରି ଏହାର ପ୍ରଥମ ଗୀତ ‘ସୁନ ଏ ମିଲି’ ମଧ୍ୟ ଖୁବ୍ ଲୋକପ୍ରିୟତା ପାଇଛି । ତେବେ ପ୍ରଶଂସକ ସନ୍ନି ଏବଂ ଜାନବୀଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଛନ୍ତି । ଗୀତଟି ରିଲିଜ୍ ହେବା ପରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣିଛି । ବର୍ତ୍ତମାନ ଜାନବୀ-ସନ୍ନି ଉଭୟଙ୍କ ପ୍ୟାନ୍ନ କ୍ରେଜ୍ ଖୁବ୍ ଜୋରରେ ବଢିବାରେ ଲାଗିଛି ।
ତେବେ ଅଭିନେତ୍ରୀ ଏହି ଗୀତକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରି ରିଲିଜ୍ ବିଷୟରେ ସୂଚନା ଦେଇଛନ୍ତି । ପୋଷ୍ଟ ସେୟାର କରି ଜାହ୍ନବୀ କ୍ୟାପସନରେ ଲେଖିଛନ୍ତି, ‘ମିଲି’ ଚଳଚ୍ଚିତ୍ରର ମୋର ପ୍ରିୟ ଗୀତ ଶେଷରେ ଆସିଲା। ଗୀତ ‘ତୁମ୍ ଭୀ ରାହି’ ରିଲିଜ୍ ହୋଇଛି। ଏହା ସହ ସେ ଲେଖିଛନ୍ତି ଯେ ଫିଲ୍ମଟି ନଭେମ୍ବର ୪ରେ ରିଲିଜ୍ ହେଉଛି। କହିବାକୁ ଗଲେ ଏଥିରେ ଜାହ୍ନବୀ–ସନ୍ନିଙ୍କ ବ୍ୟତୀତ ମନୋଜ ପହୱା ଗୁରୁତ୍ଵ ଭୂମିକାରେ ନଜର ଆସିବେ।
ଗୀତଟିକୁ ଏ ଆର ରେହେମାନ ଏବଂ ଶଶା ତିରୁପତି ଗାଇଥିବା ବେଳେ । ଜାଭେଦ୍ ଅକତର ଗୀତଟିକୁ ଲେଖିଛନ୍ତି । ସୂଚନା ଅନୁଯାୟୀ ଏହି ଚଳଚିତ୍ରଟି ୨୦୧୯ ମସିହାର ମାଲାୟଲାମ୍ ଚଳଚ୍ଚିତ୍ର ହେଲେନ୍ର ରିମେକ୍ ଅଟେ । ଫିଲ୍ମଟିରେ ମିଲି ନାମକ ଝିଅର ଭୂମିକାକୁ ଗୁରୁତ୍ୱରୋପ ଦିଆଯାଇଛି । ଜୀବନରେ ଅନେକ କଷ୍ଟ ସହି ମଧ୍ୟ ସେ ହାର ମାନିନାହିଁ ।